24.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଅଲମ୍ପିକ୍ସ ଫାଇନାଲରେ ରମିତା ଜିନ୍ଦଲ

ଅଲମ୍ପିକ୍ସ ଫାଇନାଲରେ ରମିତା ଜିନ୍ଦଲ

ନୂଆଦିଲ୍ଲୀ: ଭାରତର ରମିତା ଜିନ୍ଦଲ ଇତିହାସ ସୃଷ୍ଟି କରି ପ୍ୟାରିସ ଅଲମ୍ପିକ୍ସ ସୁଟିଂ ୧୦ ମିଟର ଏୟାର ରାଇଫଲ୍ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ଗତ ୨୦ ବର୍ଷ ମଧ୍ୟରେ ମନୁ ଭାକରଙ୍କ ପରେ ରମିତା ଦ୍ୱିତୀୟ ମହିଳା ପ୍ରତିଯୋଗୀ ଭାବେ ଫାଇନାଲ ବା ମେଡାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୨୦୦୪ ଏଥେନ୍ସ ଅଲମ୍ପିକ୍ସରେ ସୁମା ଶୀରୁର ଶେଷଥର ପାଇଁ ଅଲମ୍ପିକ୍ସ ଫାଇନାଲରେ ପ୍ରବେଶ କରିଥିଲେ। ତେବେ ରମିତା ୬୩୧.୫ ସ୍କୋର କରିଥିଲେ ମଧ୍ୟ ଅନ୍ତିମ ସିରିଜ୍ ପର୍ଯ୍ୟନ୍ତ ସେ ଫାଇନାଲରେ ପ୍ରବେଶ କରି ପରି ନଥିଲେ। ରମିତା ପଞ୍ଚମ ସ୍ଥାନରେ ରହି ମେଡାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟତମ ଭାରତୀୟ ପ୍ରତିଯୋଗୀ ଏଲେଭେନିଲ ମାଧ୍ୟ୍ୟକ୍ରମ ପର୍ଯ୍ୟନ୍ତ ଅଗ୍ରଣୀ ହୋଇଥିଲେ କିନ୍ତୁ ପରବର୍ତ୍ତୀ ସିରିଜରେ ପଛେଇ ଯାଇଥିଲେ ଏବଂ ଶେଷରେ ଯୋଗ୍ୟତା ପର୍ଯ୍ୟାୟରେ ଦଶମ ସ୍ଥାନ ହାସଲ କରିଥିଲେ। ଅନ୍ତିମ ସିରିଜ୍ ଉଭୟ ଭାରତୀୟଙ୍କ ମଧ୍ୟରେ ପାର୍ଥକ୍ୟ ବଢାଇଥିଲେ। କୋରିଆର ହାଇଜିନ ବ୍ୟାନ୍ ୬୩୪.୫ ପଏଣ୍ଟ ସହ ଯୋଗ୍ୟତା ପର୍ଯ୍ୟାୟରେ ପ୍ରଥମରେ ରହିଥିଲେ ଏବଂ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟରେ ନୂଆ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking