ଭୁବନେଶ୍ୱର: ବୈଠକରେ ଅନୁପସ୍ଥିତ ରମେଶ ଜେନା ପିସିସି ସଭାପତି ଭକ୍ତ ଦାସଙ୍କୁ ଭେଟିଛନ୍ତି । ରାଜ୍ୟସଭା ନିର୍ବାଚନରେ ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ ନେଇ ଆଲୋଚନା ହେଇଥିଲା । ଦୀର୍ଘ ଦିନ ହେଲା ଭକ୍ତ ଓ ରମେଶଙ୍କ ଭିତରେ ଚାଲିଥିଲା ତୁତୁ ମେମେ । ଅନ୍ୟପଟେ ବିଜେଡି ବୈଠକରେ ପହଞ୍ଚି ନ ପାରିବାର କାରଣ କହିଲେ ରମେଶ ଜେନା । କହିଲେ ପୂର୍ବ ସ୍ଥିରୀକୃତ କାର୍ଯ୍ୟ ପାଇଁ ବିଳମ୍ବ ହୋଇଗଲା । ଆଗରୁ କେବେ ବିଜେଡି- କଂଗ୍ରେସ ଗଠବନ୍ଧନ ହୋଇନଥିଲା । କିନ୍ତୁ ଏବେ କଣ ଭାବି ରାଜ୍ୟସଭାରେ ସମର୍ଥନ ଦେବେ କହୁଛନ୍ତି ମୁଁ ଜାଣିନି । କଂଗ୍ରେସ ବହୁ ବର୍ଷ ଧରି କ୍ଷମତାରେ ନାହିଁ , ଦୁର୍ବଳ ହୋଇଯାଇଛି । ସରକାରରେ ଥିବା ବେଲେ ବିଜେଡି ମୋତେ ବହୁ ହଇରାଣ କରିଛି । ମୋ ଭଳି ଅନେକଙ୍କୁ ହଇରାଣ ହରକତ କରିଥିଲେ । କିନ୍ତୁ ଦଳ ଯାହା ନିଷ୍ପତ୍ତି ନେବ ମୁଁ ତାକୁ ସମର୍ଥନ କରିବି ।










