ଭୁବନେଶ୍ୱର : ବିଶିଷ୍ଟ କବି ରମାକାନ୍ତ ରଥଙ୍କର ଆଜି ପୁରୀରେ ରାଷ୍ଟ୍ରୀୟ ମଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୁଖାଗ୍ନି ଦେଇଛନ୍ତି ତାଙ୍କ ପୁଅ ପିନାକୀ ରଥ । ଭୁବନେଶ୍ୱର ଖାରବେଳ ନଗର ବାସଭବନରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଅନେକ ପ୍ରିୟଜନ ନେତା , ମୁଖ୍ୟମନ୍ତ୍ରୀ ମିଶିଥିଲେ ଏବଂ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।