ଭୁବନେଶ୍ୱର: ରାଜ୍ୟର ଏକମାତ୍ର ଏକକ ମହିଳା ବିଶ୍ବବିଦ୍ୟାଳୟରେ ପିଲାଙ୍କୁ ପାଠ ପଢିବାକୁ ଜାଗା ମିଳୁନି । ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଏହି ସମସ୍ୟା ଯୋଗୁ ଯୁକ୍ତ ଦୁଇ ଛାତ୍ରୀଙ୍କ ପାଠପଢାରେ ବାଧା ଉପୁଜୁଛି । ଯାହାକୁ ନେଇ ରାଜ୍ୟ ସରକାର ଏ ସଂପର୍କରେ ଅବଗତ ଥିଲେ ମଧ୍ୟ ଏ ଯାଏ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ଅଲଗା ହୋଇନି ଯୁକ୍ତ ଦୁଇ । ସେପଟେ ବିଭାଜନକୁ ଅପେକ୍ଷା କରିଛନ୍ତି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି । ଯୁକ୍ତ ଦୁଇ ଓ ଯୁକ୍ତ ତିନି ସମାନ କ୍ୟାମ୍ପସରେ ଚାଲୁଥିବାରୁ, ଅନେକ ଉଚ୍ଚଶିକ୍ଷାନୁଷ୍ଠାନରେ ଭିତ୍ତିଭୂମିର ସମସ୍ୟା ଦେଖା ଦେଇଛି।