37.1 C
Bhubaneswar
Saturday, April 4, 2026
Homeଓଡିଶାରାକ୍ଷୀ ପୂର୍ଣ୍ଣିମା :ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ କ୍ରୀଡ଼ା ଛାତ୍ରାବାସର ଛାତ୍ରୀ

ରାକ୍ଷୀ ପୂର୍ଣ୍ଣିମା :ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ କ୍ରୀଡ଼ା ଛାତ୍ରାବାସର ଛାତ୍ରୀ

ଭୁବନେଶ୍ୱର : ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ କଳିଙ୍ଗ ଷ୍ଟାଡିୟମ୍ କ୍ରୀଡ଼ା ଛାତ୍ରାବାସରେ ରହୁଥିବା ଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ତାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। କୁନି କୁନି ପିଲାମାନେ ବନ୍ଦାପନା କରି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବା ସହିତ ମିଠା ଖୁଆଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଦରର ସହ ଉପହାର ଦେଇଥିଲେ। ଏଥି ସହିତ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତର କାମନା ମଧ୍ୟ କରିଥିଲେ।

ଏଥିସହିତ ଆଜି କ୍ରୀଡ଼ା ଛାତ୍ରାବାସର ପିଲାମାନେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିଥିଲେ। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ସମସ୍ତଙ୍କୁ ପବିତ୍ର ରକ୍ଷା ବନ୍ଧନ ଉତ୍ସବର ଶୁଭେଚ୍ଛା ଜଣାଇଥିଲେ। ଆଜିର ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଅବସରରେ କ୍ରୀଡ଼ା ଛାତ୍ରାବାସର ପିଲାମାନେ ବେଶ୍ ଆନନ୍ଦିତ ଥିଲେ । ଛାତ୍ରାବାସରେ ରହୁଥିବା ଛାତ୍ରୀମାନେ ଆଜି ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ସେ ବେଶ୍ ଖୁସି ଅଛନ୍ତି ବୋଲି ମତପ୍ରକାଶ କରିଥିଲେ। ଆଜିର ଉତ୍ସବ ବହୁ ଧୂମଧାମ ଓ ଆଡମ୍ବରର ସହ ପାଳନ ହେବା ସହ ସମସ୍ତଙ୍କ ମଧ୍ୟରେ ହସଖୁସି ଓ ଉତ୍ସାହ ପରିଲକ୍ଷିତ ହେଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking