ଭୁବନେଶ୍ୱର : ରାଜୁ ମଣ୍ଡଳକୁ ନେଇ ଡିସିପିଙ୍କ ବଡ ଖୁଲାସା । ମଧ୍ୟପ୍ରାଚ୍ୟରୁ ରଙ୍କକ୍ସରଳବ ଆସୁଥିଲା ଅଧିକ କଲ୍ । ଏଯାଏଁ ହୋଇଥିବା ସିନ ଆନାଲିସରୁ ସ୍ପଷ୍ଟ । ଆହୁରି ଅନେକ କଲ୍ ର ହେବ ଯାଞ୍ଚ । ସବୁ ସିମ୍ କାର୍ଡ ଫେକ ଥିଲା । ପଶ୍ଚିମବଙ୍ଗ ୨୪ପ୍ରଗଣା ରାଜୁ ଗାଁକୁ ଯିବ ସ୍ୱତନ୍ତ୍ର ଟିମ୍ । ନକଲି ସିମ୍ ସମ୍ପର୍କରେ ଅଧିକ ଯାଞ୍ଚ କରାଯିବ । ପଶ୍ଚିମବଙ୍ଗ ପୁଲିସ ସହ ଯୋଗାଯୋଗରେ ଅଛୁ କହିଲେ ଡିସିପି । ନକଲି ପରିଚୟପତ୍ର ଦେଇ ସିମ୍ ମିଳିଛି । କାର୍ଯ୍ୟାନୁଷ୍ଠାନ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖାଯିବ । ଅସାଦୁର ପାସ୍ପୋର୍ଟ ମିଳିଛି, ସେ ଓଡିଶା ଆସିଥିଲା । ଇମିଗ୍ରେସନରୁ ଅଧିକ ତଥ୍ୟ ମାଗିଛି ପୁଲିସ । ଏନଆଇଏ ଓ ସିବିଆଇ ସହ ଯୋଗାଯୋଗ କରାଯାଇଛି ।










