ଶ୍ରୀମତୀ ଜ୍ୟୋସ୍ନା ବଗର୍ତ୍ତି ଜିଲ୍ଲା ଆବାହକ ଓ ଶ୍ରୀ ବେନୁ ଦୁର୍ଗା ହେଲେ ଯୁଗ୍ମ ଆବାହକ
ଆସନ୍ତା ମେ ମାସ ସୁଦ୍ଧା ଗଠିତ ହେବ ସମସ୍ତ ଜିଲ୍ଲା କମିଟି
ଭୁବନେଶ୍ୱର: ଗତ ମାର୍ଚ୍ଚ ମାସ ୫ ତାରିଖରେ ଅନୁଷ୍ଠିତ ଚିନ୍ତନ ଶିବିରର ନିଷ୍ପତି ଅନୁଯାୟୀ ଓଡ଼ିଶା ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ଜିଲ୍ଲା ଓ ବ୍ଲକ କମିଟି ଗଢ଼ିବା କାର୍ଯ୍ୟ ଆରମ୍ଭ କରିଛି l ସେହି ଅନୁସାରେ ପ୍ରଥମେ କଳାହାଣ୍ଡି ଜିଲ୍ଲାରୁ ସେହି ପ୍ରକ୍ରିୟା ଆରମ୍ଭ ହୋଇଛି l ଚଳିତ ମାସ ୧୨ ଓ ୨୩ ତାରିଖରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସର୍ବୋଦୟ ସଂକଳ୍ପ ଶିବିର ରେ ସର୍ବ ସମ୍ମତି କ୍ରମେ ଜିଲ୍ଲାର ଆବାହକ ଓ ଯୁଗ୍ମ ଆବାହକ ନିଯୁକ୍ତ ହେବା ସହିତ ଜିଲ୍ଲା କମିଟି ଗଠିତ ହୋଇଥିଲା l ସଂଗଠନର ସର୍ବ ଭାରତୀୟ ସାଧାରଣ ସମ୍ପାଦକଙ୍କ ଅନୁମୋଦନ ତାହାକୁ ଆଜି ବିଧିବଦ୍ଧ ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ପ୍ରଧାନ ଘୋଷଣା କରିଛନ୍ତି l ଶ୍ରୀମତୀ ଜ୍ୟୋସ୍ନା ବଗର୍ତ୍ତିଙ୍କୁ ଜିଲ୍ଲା ଆବାହକ ଭାବରେ ନିଯୁକ୍ତି ମିଳି ଥିବା ବେଳେ ଶ୍ରୀ ଦେନୁ ଦୁର୍ଗାଙ୍କୁ ଯୁଗ୍ମ ଆବାହକ ଦାୟିତ୍ଵ ଦିଆଯାଇଛି l
ସେହିପରି ୧୪ ଟି ବ୍ଲକ ଓ ୪ ଟି ମ୍ୟୁନିସିପାଲଟି ଓ ବିଜ୍ଞାପିତ ଅଞ୍ଚଳ ପାଇଁ ଆବାହକ ଓ ଯୁଗ୍ମ ଆବାହକ ଙ୍କୁ ମଧ୍ୟ ନିଯୁକ୍ତ ହୋଇଛନ୍ତି l ସଂଗଠନ ରେ ମହିଳା ମାନଙ୍କୁ ଗୁରୁତ୍ଵ ଦେବା ପାଇଁ ପ୍ରତ୍ୟେକଟି ସ୍ତରରେ ଜଣେ ଲେଖାଏଁ ମହିଳାଙ୍କୁ ଦାୟିତ୍ଵ ଦିଆ ଯାଇଛି l ଜିଲ୍ଲା , ବ୍ଲକ ତଥା ସହରାଞ୍ଚଳ ର ସମସ୍ତ ଆବାହକ ଓ ଯୁଗ୍ମ ଆବାହକ ମାନଙ୍କୁ ନେଇ କଳାହାଣ୍ଡି ଜିଲ୍ଲା କମିଟି ଗଠିତ ହୋଇଛି l ନୂତନ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ମେ ମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲା କମିଟି ଗଠିତ ହେବ ବୋଲି ସଙ୍ଗଠନ ର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ଏକ ପ୍ରେସ ବିଜ୍ଞପ୍ତି ର ଜଣାଇଛନ୍ତି l