30.1 C
Bhubaneswar
Monday, July 8, 2024
Homeଖେଳକାନାଡା ଓପନ୍ ଦ୍ୱିତୀୟ ରାଉଣ୍ଡ୍‌ରେ ରଜାୱତ୍‌

କାନାଡା ଓପନ୍ ଦ୍ୱିତୀୟ ରାଉଣ୍ଡ୍‌ରେ ରଜାୱତ୍‌

କାଲ୍‌ଗାରୀ:  ପ୍ରତିଭାବାନ୍ ଭାରତୀୟ ଶଟ୍‌ଲର୍ ପ୍ରିୟାଂଶୁ ରଜାୱତ୍ ଡେନ୍‌ମାର୍କର ରସ୍‌ମସ୍ ଗେମ୍‌କେଙ୍କୁ ସଂଘର୍ଷପୂର୍ଣ୍ଣ ତିନି ଗେମ୍ ବିଶିଷ୍ଟ ମ୍ୟାଚ୍‌ରେ ହରାଇ ଏଠାରେ ଚାଲିଥିବା କାନାଡା ଓପନ୍‌ର ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ବିଶ୍ୱ ନଂ. ୩୯ ରଜାୱତ୍ ବୁଧବାର ରାତିରେ ଖେଳାଯାଇଥିବା ଏକ ଘଣ୍ଟା ୧୦ ମିନିଟ୍‌ର ମ୍ୟାଚ୍‌ରେ ଗେମ୍‌କେଙ୍କୁ ୧୭-୨୧, ୨୧-୧୬, ୨୧-୧୪ରେ ହରାଇଛନ୍ତି । ରଜାୱତ୍ ପରବର୍ତ୍ତୀ ମ୍ୟାଚ୍‌ରେ ଜାପାନର ଠଶକୁମା ଓଭାୟାଶୀଙ୍କୁ ଭେଟିବେ । ଅନ୍ୟତମ ଭାରତୀୟ ଆୟୁଶ ସେଟ୍ଟୀ ଏବଂ ଏସ୍ ଶଙ୍କର ମୁଥୁସାମୀ ସୁବ୍ରମଣିଆନ୍ ପ୍ରଥମ ରାଉଣ୍ଡ୍‌ରେ ପରାଜିତ ହେବା ଫଳରେ ରଜାୱତ୍ ପୁରୁଷ ସିଙ୍ଗଲ୍ସରେ ଏକମାତ୍ର ଭାରତୀୟ ଭାବେ ରହିଛନ୍ତି । ଆୟୁଶଙ୍କୁ ଜାପାନର ୬ଷ୍ଠ ସିଡ୍ କୋକ ୱାଟାନବେୁ ୨୧-୧୪, ୨୧-୧୧ରେ ଏବଂ ମୁଥୁସାମୀଙ୍କୁ ଫ୍ରାନ୍ସର ଆଲେକ୍ସ ଲାନିଏର୍ ୨୧-୧୬, ୨୧-୧୭ରେ ହରାଇଛନ୍ତି ।
ମହିଳା ସିଙ୍ଗଲ୍ସରେ ତାନ୍ୟା ହେମନ୍ତ ଏବଂ ଅନୁପମା ଉପାଧ୍ୟାୟ ମଧ୍ୟ ଦ୍ୱିତୀୟ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି । ତାନ୍ୟା କାନାଡାର ଜାକି ଡେଣ୍ଟ୍‌କୁ ୨୧-୧୨, ୨୦-୨୨, ୨୧-୧୪ରେ ଏବଂ ଅନୁପମା ଆୟର୍ଲାଣ୍ଡର ରାଚେଲ୍ ଡାରାଘ୍‌ଙ୍କୁ ୨୧-୧୧, ୨୧-୧୧ରେ ହରାଇ ଦେଇଛନ୍ତି । ପରବର୍ତ୍ତୀ ରାଉଣ୍ଡ୍‌ରେ ତାନ୍ୟ ତୃତୀୟ ସିଡ୍ ଥାଇଲାଣ୍ଡର ବୁସାନାନ୍ ଅଙ୍ଗବାମ୍‌ରୁଙ୍ଗ୍‌ଫାନ୍‌ଙ୍କୁ ଏବଂ ଅନୁପମା କାନାଡାର ମିଚେଲ୍ ଲି’ଙ୍କୁ ଭେଟିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking