18.1 C
Bhubaneswar
Monday, December 22, 2025
Homeଓଡିଶାବିଜେପି ସଭାପତିଙ୍କୁ ରାଜା ସ୍ୱାଇଁଙ୍କ ପ୍ରଶ୍ନ

ବିଜେପି ସଭାପତିଙ୍କୁ ରାଜା ସ୍ୱାଇଁଙ୍କ ପ୍ରଶ୍ନ

ଭୁବନେଶ୍ୱର : ରାଜ୍ୟ ବିଜେପି ଦଳ ସଭାପତି ଗତକାଲି ଯେଉଁ ସାମ୍ବାଦିକ ସମ୍ମିଳନୀ କରି ଯେଉଁ ସବୁ କଥା ତାଙ୍କ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଓ ୨୨ ବର୍ଷର ବିଜୁ ଜନତା ଦଳ ସରକାର କଣ କରୁଥିଲା ବୋଲି ଯେଉଁପ୍ରଶ୍ନ କରିଛନ୍ତି, ଏହାଦ୍ୱାରା ସେ ନିଜ ଦଳର ସାମାଜିକ ନ୍ୟାୟ ପ୍ରତି କେତେ ଦରଦ ରହିଥିଲା ତାଙ୍କୁ ମଧ୍ୟ ପରଦା ଅନ୍ତରାଳରୁ ବାହାର କରି ଆଣିଛନ୍ତି। ବେଶୀ କିଛି ଗଭୀର ଅନୁଶୀଳନ ନକରି କେତେକ ହାଲ୍‌କା ପ୍ରଶ୍ନ ମାଧ୍ୟମରେ ଅତୀତର ବହୁ ଘଟଣା ଉପରେ ନଜର ପକାଇବା।

– ୧୯୯୦ ମସିହାରେ ଭି.ପି. ସିଂହଙ୍କ ନେତୃତ୍ୱରେ ଗଠିତ ସରକାରରେ ବିଜେପି ମଧ୍ୟ ଅଂଶୀଦାର ଥିଲା। ଭି.ପି.ସିଂହ ସରକାର ୨୭% ସଂରକ୍ଷଣ ପ୍ରଥମଥର ପାଇଁ ଦେଶ ପଛୁଆ ବର୍ଗମାନଙ୍କ ପାଇଁ ଘୋଷଣା କରିବା ପରେ ଏହାକୁ ଭଣ୍ଡୁର କରିବା ପାଇଁ ରଥଯାତ୍ରାକରି, ଦେଶରେ ସାଂପ୍ରଦାୟିକ ବିଷବୁଣି ସରକାରଙ୍କୁ ପତନ କରିଇବାରେ ବିଜେପିର ଭୂମିକା କ’ଣ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଉର୍ଦ୍ଦିଷ୍ଟ ଥିଲା?
– ୨୦୦୦ ମସିହାଠାରୁ ୨୦୦୮ ମସିହା ପର୍ଯ୍ୟନ୍ତ ରାଜ୍ୟରେ ବିଜୁ ଜନତା ଦଳ ଓ ବିଜେପିର ମିଳିତ ମନ୍ତ୍ରୀ ମଣ୍ଡଳ ଥିଲା। ୨୦୦୭ ମସିହାରେ ତତ୍‌କାଳୀନ ଶିଳ୍ପମନ୍ତ୍ରୀ ଓ ବିଜେପୀ ନେତା ମାନ୍ୟବର ବିଶ୍ୱଭୂଷଣ ହରିଚନ୍ଦନ ବିଧାନ ସଭାରେ ବିଧେୟକ ପାରିତ କରି ବେସରକାରୀ ବୈଷୟିକ ଶିକ୍ଷାରେ ସଂରକ୍ଷଣ ଦେବା ପାଇଁ ଯେଉଁ ବ୍ୟବସ୍ଥା କରିଥିଲେ, ତାହା ବର୍ତ୍ତମାନ କେଉଁ ପର୍ଯ୍ୟାୟରେ? ସରକାରୀ ଅନୁଷ୍ଠାନମାନଙ୍କରେ ସଂରକ୍ଷଣ ନଦେଇ, ବେସରକାରୀ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଦେବା ନୀତି ବିଜେପିର କି ପ୍ରକାର ସାମାଜିକ ନ୍ୟାୟ ଦେବା ପାଇଁ ପ୍ରେରିତଥିଲା?
– ୨୦୦୮ ମସିହାରେ, ପଛୁଆ ବର୍ଗମାନଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରଖାଯାଇ ଯେଉଁ ବିଧେୟକ ବିଧାନ ସଭାରେ ଅନୁମୋଦନ ପାଇଥିଲା ଓ ଯାହାକୁ ରାଜ୍ୟ ସରକାର ସମ୍ବିଧାନର ୯ ଗ୍ଧଷ ଝମଷରୟଙ୍କକ୍ଷର ରେ ଅନ୍ତର୍ଭୁକ୍ତ କରିବା ପାଇଁ ପଠାଇଥିଲେ ତାହା ଏବେ କେଉଁ ପର୍ଯ୍ୟାୟରେ କଣ ପାଇଁ ସରକାରଙ୍କ ନାଲିଫିତା ତଳେ ଅଟକି ରହିଛି?
– ପଛୁଆବର୍ଗ ଆୟୋଗ ଗଠନ ଓ ପଛୁଆବର୍ଗ ଚିହ୍ନଟ ପ୍ରକ୍ରିୟାକୁ ସମ୍ବିଧାନ ସଂଶୋଧନ କରି ବିଜେପି ସରକାର ରାଜ୍ୟ ସରକରଙ୍କ ଠାରୁ ଏହି ଅଧିକାରକୁ ଛଡାଇଦେବା କ’ଣ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ଥିଲା?
– ଦଳିତ, ଆଦିବାସୀ ଓ ପଛୁଆବର୍ଗ ଛାତ୍ରବୃତ୍ତି ବନ୍ଦ କରିଦେବା ଓ ସଂରକ୍ଷଣ ବ୍ୟବସ୍ଥା ନରଖି ଉଚ୍ଚପଦବୀରେ ସିଧାସଳଖ ନିଯୁକ୍ତି ଦେବା କ’ଣ ସାମାଜିକ ନ୍ୟାୟର ପରିପନ୍ଥୀ ନୁହେଁ।
– ସାଧାରଣ ଶିକ୍ଷାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଲକ୍ଷାଧିକ ସ୍ଥାନ ଛାତ୍ର ଅଭାବରୁ ପୁରଣ ହୋଇପାରୁନଥିବା ବେଳେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ରଖି ଏହା ଏକ ଐତିହାସିକ ପଦକ୍ଷେପ ବୋଲି ନିଜେ ନିଜର ଡିଙ୍ଗୁରା ପିଟିବା କଣ କୌଣସି ଦିଗରୁ ରାଜ୍ୟ ପଛୁଆ ବର୍ଗଙ୍କର କିଛି ସହାୟକ ହେବ?
– ସମସ୍ତ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ପଛୁଆ ବର୍ଗଙ୍କ ପାଇଁ୨୭% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ହେଉଛି ଆମର ଦାବୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking