25.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶବର୍ଷା ଓ ବନ୍ୟା ବିତ୍ପାତ : ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି

ବର୍ଷା ଓ ବନ୍ୟା ବିତ୍ପାତ : ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି

ହାଇଦ୍ରାବାଦ : ଆନ୍ଧ୍ରପ୍ର‌ଦେଶ ଏବଂ ତେଲେଙ୍ଗାନାରେ ବର୍ଷା ଏବଂ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ୨ଟି ଯାକ ରାଜ୍ୟରେ ୪୭ ହଜାରରୁ ଅଧିକ ଲୋକଙ୍କୁ ରିଲିଫ୍‌ ଶିବିରରେ ରଖାଯାଇଛି। ବର୍ଷା ଓ ବନ୍ୟାରେ ଆନ୍ଧ୍ରପ୍ର‌‌ଦେଶରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତେଲେଙ୍ଗାନାରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ତେଲେଙ୍ଗାନାର ୧୦ ଜିଲ୍ଲାରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ରାଜ୍ୟର ବନ୍ୟା ଏବଂ ବି‌ଶେଷ କରି ବିଜୟୱାଡ଼ାରେ ବନ୍ୟାକୁ ଏକ ବଡ଼ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନାଇଡ଼ୁ ଏବେ ଏନ୍‌ଟିଆର ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହୁଥିବାବେଳେ ଆନ୍ଧ୍ରପ୍ରଦେଶ ବନ୍ୟାକୁ ଏକ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି।

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking