19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶକଙ୍ଗୋରେ ବର୍ଷା ବିତ୍ପାତ, ୮୫ରୁ ଊର୍ଦ୍ଧ୍ୱ ମୃତ

କଙ୍ଗୋରେ ବର୍ଷା ବିତ୍ପାତ, ୮୫ରୁ ଊର୍ଦ୍ଧ୍ୱ ମୃତ

କିନଶାସା: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (ଡିଆର୍‌ସି)ର ଅନେକ ସ୍ଥାନରେ ପ୍ରବଳ ବର୍ଷାବିତ୍ପାତଜନିତ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁ ଅଧିକାଂଶ ପ୍ରାନ୍ତରେ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। ଦେଶର ରାଜଧାନୀ କିନଶାସା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ସରକାରୀ ତଥ୍ୟ ଅନୁସାରେ ବର୍ଷା ବିତ୍ପାତ ଯୋଗୁ ଏପର୍ଯ୍ୟନ୍ତ ଅତି କମରେ ୮୫ଜଣ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି। ସେହିପରି ବର୍ଷା ପ୍ରଭାବିତ ହେବା ଯୋଗୁ ହଜାର ହଜାର ସଂଖ୍ୟକ ପଶୁପକ୍ଷୀ ମୃତ୍ୟୁବରଣ କରିଛନ୍ତି। ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁ ବହୁ କ୍ଷତି ହୋଇଥିବା ଜଣାପଡିଛି। ଦେଶର ପୂର୍ବରେ ଥିବା ଟାଙ୍ଗାନିକା ଏବଂ ଦକ୍ଷିଣ କିଭୁ ପ୍ରଦେଶ ମଧ୍ୟ ପ୍ରବଳ କ୍ଷତି ସହିଛି। ସ୍ଥାନୀୟ ପ୍ରଶାସନ ଆବଶ୍ୟକୀୟ ସାହାଯ୍ୟ, ରିଲିଫ୍ ସାମଗ୍ରୀ ଯୋଗାଣ ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking