ଭୁବନେଶ୍ୱର : ଓଡିଶା ସାର୍ବଜନୀନ ପରୀକ୍ଷା ବିଲ -୨୦୨୪ ବିଧାନସଭାରେ ଆଗତ । ଆଗତ କରି ପୂର୍ବ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ । ପୂର୍ବ ସରକାରର ଲିଗାସୀକୁ ଭାଙ୍ଗିବାକୁ ପଡିବ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗଣତନ୍ତ୍ର ଉପରେ ବାରମ୍ବାର ହାତୁଡି ମାରୁଥିଲେ , ପ୍ରତିଫଳନ ଦେଖାଇଲେ । ପୂର୍ୱ ସରକାରରେ ନିଯୁକ୍ତିରେ ସ୍ୱଛ୍ଛତା ନଥିଲା । ଦୁର୍ନୀତି ଭରି ରହିଥିଲା । ଦାୟିତ୍ୱରେ ରହୁଥିବା ଅଧିକାରୀ ପରୀକ୍ଷାପତ୍ର ପ୍ରଘଟ ରାକେଟରେ ସମ୍ପୃକ୍ତ ରହୁଥିଲେ । ଯାହାର ଉଦାହରଣ ୨୦୨୩ ମସିହାର ଜେଇଇ ପରୀକ୍ଷା କହିଛନ୍ତି ମୁଖ୍ୟମନ୍ତ୍ରୀ । ସଚିବାଳୟରେ ଏଏସଓ ନିଯୁକ୍ତିରେ ବଡ ଚଞ୍ଚକତା ହୋଇଛି । ୨୫ରୁ ୩୦ ଲକ୍ଷ ଟଙ୍କାରେ ବିକ୍ରି ହୋଇତିଲା ଏଏସଓ ଚାକିରି ା ସରକାର ନାକ ତଳେ ହେଉଥିଲେ ହେଁ କାହିଁକି ଚୁପ ଥିଲେ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ପୂର୍ୱ ସରକାର ଆଉଟସୋର୍ସରେ ରହିଯାଇଥିଲେ । ସ୍ୱଛ୍ଛତା ଓ ସାଧୁତା ଆମ ସରକାରର ଦାୟିତ୍ୱ । ପ୍ରତିଶ୍ର୍ୁତି ପାଳନ କରିବୁ । ଆଗକୁ ଦେଢ ଲକ୍ଷ ନିଯୁକ୍ତି ହେବ । ଖାଲି ଥିବା ସମସ୍ତ ପଦବୀ ପୂରଣ ହେବ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।









