27.1 C
Bhubaneswar
Friday, June 28, 2024
Homeଓଡିଶାପୁରୀରେ ବର୍ଷିଲା ଆଶୀର୍ବାଦର ବର୍ଷା

ପୁରୀରେ ବର୍ଷିଲା ଆଶୀର୍ବାଦର ବର୍ଷା

ପୁରୀ : ପୁରୀରେ ଲାଗିରହିଛି ଝିପିଝିପି ବର୍ଷା । ସବୁଠି ଭକ୍ତିମୟ ପରିବେଶ । ଲାଗୁଛି ଯେମିତି ଆକାଶରୁ ଅଜାଡି ହେଉଛି ଆଶୀର୍ବାଦ । ବଡ଼ଦାଣ୍ଡ ଏପରି ହୋଇଛି ଯେ ଲାଗୁଛି ବର୍ଷାକୁ ଆଶୀର୍ବାଦ ଭାବୁଛି ଭକ୍ତ । ବର୍ଷା, ଶୀତକୁ ଖାତିର ନକରି ପୁରୀରେ ପହଞ୍ଚୁଛନ୍ତି ଶ୍ରଦ୍ଧାଳୁ । ଆଉ ଭକ୍ତିରେ ଭିଜୁଛି ବଡଦାଣ୍ଡ । ଶ୍ରୀମନ୍ଦିରରେ ଝିପି ଝିପି ବର୍ଷା ଲାଗି ରହିଛି । ବର୍ଷା ଭିଜିଲେ ଭକ୍ତ ଓ ଭଗବାନ । ଭକ୍ତର କଷ୍ଟକୁ ସହିବେ ବା କିପରି । ଖରାରେ ଭକ୍ତଙ୍କ ପାଦ ତାତିଯାଉଥିଲା ହେଲେ ଆକାଶରୁ ବର୍ଷା ହେଲା ଭକ୍ତମାନଙ୍କୁ ଆସ୍ୱସ୍ଥି ମିଳିଲା । ଜଗତର ଠାକୁର ଜଗନ୍ନାଥଙ୍କ ଲୀଳା ଖେଳା କିଏ ବା ବୁଝିବ । ନିଜେ ସ୍ନାନ କରିବା ସହ ଭକ୍ତମାନଙ୍କୁ ମଧ୍ୟ ସ୍ନାନ କରାଇଲେ । ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ମହାପ୍ରଭୁଙ୍କ ମାନବୀୟ ଲୀଳାମଧ୍ୟରୁ ସ୍ନାନପୂର୍ଣ୍ଣିମା ଅନ୍ୟତମ । ୧୦୮ କଳସ ଜଳରେ ସ୍ନାନ କରୁଛନ୍ତି କୋଟି ବ୍ରହ୍ମାଣ୍ଡର ଠାକୁର ମହାପ୍ରଭୁ ଜଗନ୍ନାଥ । ସ୍ନାନ ମଣ୍ଡପରେ ବିରାଜମାନ କରି ବଡ ଭାଇ ଓ ଭଉଣୀଙ୍କ ସହ ସ୍ନାନ କରୁଛନ୍ତି କାଳିଆ ସାଆନ୍ତ। ମହାପ୍ରଭୁଙ୍କ ଏହି ମାନବୀୟ ଲୀଳାକୁ ଦର୍ଶନ କରିବା ପାଇଁ କୋଟି କୋଟି ଭକ୍ତଙ୍କ ସମାଗମ ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ଗରମରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ବେଳେ ଆକାଶରୁ ବର୍ଷା ହୋଇଛି । ଯାହାଫଳରେ ଭକ୍ତମାନଙ୍କୁ ସାମାନ୍ୟ ଅସ୍ବସ୍ତି ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking