ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡିଶା ସମେତ ମୟୁରଭଞ୍ଜ , କେନ୍ଦୁଝରରେ ବର୍ଷା ହୋଇପାରେ । ଆସନ୍ତାକାଲି ଗଞ୍ଜାମ, ଗଜପତି , ମାଲକାନଗିରିରେ ବର୍ଷା ସମ୍ଭାବନା ରହିଛି । କୋରାପୁଟ , ରାୟଗଡା ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ନଭେମ୍ବର ୧୩ ତାରିଖରେ ପାଗ ଶୁଖିଲା ରହିବ । ୧୫ ତାରିଖ ରାତିରୁ ତାପମାତ୍ରା ୨ରି ୪ ଡିଗ୍ରୀ ହ୍ରାସ ପାଇବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ପୂରିବାନିମାନ କରାଯାଇଛି ।