27.1 C
Bhubaneswar
Wednesday, October 23, 2024
Homeଓଡିଶା'ଦାନା' ଯୋଗୁଁ ଧାମରାରେ ଛନକା, ଧିରେ ଧିରେ ବଦଳୁଛି ପାଗ

‘ଦାନା’ ଯୋଗୁଁ ଧାମରାରେ ଛନକା, ଧିରେ ଧିରେ ବଦଳୁଛି ପାଗ

ଭୁବନେଶ୍ୱର : ଡିଆରଡିଓ ଦାନା ପ୍ରଭାବରେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ପ୍ରତି ବଢୁଛି ବିପଦ । ଭଦ୍ରକ ହୁଇଲର ଦ୍ବୀପ କ୍ଷେପଣାସ୍ତ୍ର ଘାଟିରେ ଥିବା ଡିଆରଡିଓ ବୈଜ୍ଞାନିକ ଓ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇଛି । ଡିଆରଡିଓର ସ୍ୱତନ୍ତ୍ର ଜାହାଜରେ ଚାନ୍ଦିନୀପାଳସ୍ଥିତ ଡିଆରଡିଓକୁ ସ୍ଥାନାନ୍ତରଣ କରାଯାଇଛି । ହୁଇଲର ଦ୍ବୀପରେ ଭାରତୀୟ ସେନାର ସାମରିକ ଘାଟି ରହିଛି । ସେହିଭଳି ବିପଦ ଥିବା ଭଦ୍ରକ ଧାମରା ଦ୍ବୀପରରେ ବି ପ୍ରଶାସନ ସଚେତନ ଅଛି । ସମୁଦ୍ରରୁ ଫେରୁଛନ୍ତି ମତ୍ସ୍ୟଜୀବୀ । ନିଜ ନିଜ ଟ୍ରଲର ଧରି ସମୁଦ୍ରଗର୍ଭରୁ ନଦୀ ମୁହାଁଣକୁ ଫେରୁଛନ୍ତି । ଧାମରାରେ ସମୁଦ୍ର ଅଶାନ୍ତ ହେଲାଣି । ସମୁଦ୍ରରୁ ନଦୀକୁ ଫେରୁଥିବା ଏକ ଟ୍ରଲରରେ ଯାତ୍ରା କରି ସ୍ଥିତି ପରଖିଛି କନକ ନ୍ୟୁଜ ଟିମ୍ ।

ଦାନା ପାଇଁ ଜଗତସିଂହପୁରରେ ବି ପ୍ରଶାସନ ପ୍ରସ୍ତୁତ ହୋଇ ରହିଛି । ପାରାଦ୍ବୀପରେ ଥିବା ଡପଲର ରାଡାରରେ ବାତ୍ୟାର ଗତିପଥ, ଦିଗ, ବେଗ ସବୁ ସ୍ପଷ୍ଟ ଭାବେ ଦେଖାଯାଉଛି । ସମୁଦ୍ରରେ ଜୁଆର ଧିରେ ଧିରେ ବଢିବାରେ ଲାଗିଛି । ସେହିଭଳି ଚନ୍ଦ୍ରଭାଗା ଓ ଅସ୍ତରଙ୍ଗରେ ବି ପ୍ରଶାସନ ପୁରା ପ୍ରସ୍ତୁତ ହୋଇ ରହିଛି । ଚନ୍ଦ୍ରଭାଗାରେ ରଙ୍ଗ ପତାକା ମରାଯାଇଥିଲେ ବି ଏହାକୁ କେହି ମାନୁନାହାନ୍ତି । ଅଗ୍ନିଶମ ବିଭାଗର କର୍ମଚାରୀ ଲୋକଙ୍କୁ ସଚେତନ କରୁଛନ୍ତି । ୪ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବି ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । ତେଣୁ ପ୍ରଶାସନ ପୂରାମାତ୍ରରେ ପ୍ରସ୍ତୁତ ହୋଇରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking