30.1 C
Bhubaneswar
Wednesday, January 21, 2026
Homeଦେଶ ବିଦେଶଦିଲ୍ଲୀରେ ବର୍ଷା : ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଦିଲ୍ଲୀରେ ବର୍ଷା : ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ନୂଆଦିଲ୍ଳୀ : ରାଜଧାନୀ ଦିଲ୍ଲୀରେ ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇଥିଲା। ରାଜଧାନୀ ଗୋଟିଏ ଦିନରେ ରେକର୍ଡ ବର୍ଷା କରି ୧୪ ବର୍ଷର ରେକର୍ଡ ଭାଙ୍ଗିଛି। ବର୍ଷା ସହରର ଅଧିକାଂଶ ଅଂଶକୁ ଜଳମଗ୍ନ କରି ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରଛି। ବର୍ଷା ହେତୁ ଟ୍ରାଫିକ୍‌ ଜାମ୍‌ ହେବାରୁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲେ। ବର୍ଷା ହେତୁ ନଅ ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀରେ ଚାରିଜଣ, ଗୁରୁଗ୍ରାମରେ ତିନି ଜଣ ଏବଂ ଗ୍ରେଟର ନୋଏଡାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାକୁ ଥିବା ୧୦ ଟି ବିମାନର ପ୍ରବଳ ବର୍ଷା ହେତୁମାର୍ଗ ପରିବର୍ତ୍ତନ କରାଯାଇଛି। ଆଠଟି ବିମାନ ଜୟପୁରକୁ ଏବଂ ଦୁଇଟି ଲ‌କ୍ଷ୍ନୌକୁ ଯାଇଥିବା ସୂଚନା ରହିଛି। ସକାଳ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇଛି। ଲଗାତାର ବର୍ଷା ମଧ୍ୟରେ ଗୁରୁବାର ଦିନ ଜାତୀୟ ରାଜଧାନୀରେ ସ୍କୁଲ ବନ୍ଦ ରହିବ ବୋଲି ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶୀ ଘୋଷଣା କରିଛନ୍ତି। ସେପଟେ ଭାରତ ପାଣିପାଗ ବିଭାଗ (ଆଇଏମଡି) ରେଡ ଆଲର୍ଟ ଜାରି କରିଛି। ଏହାର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବଜ୍ରପାତ ସହିତ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ବର୍ଷା ଜାରି ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking