ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହିତ ଘନ କୁହୁଡିର ସମ୍ଭାବନା ରହିଛି । ଫଳରେ ଡିସେମ୍ବର ୨୪ରେ ୨୫ ରେ ରାଜ୍ୟରେ ଟି ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ , ଖୋର୍ଦ୍ଦ, ଗଞ୍ଜାମ, ଗଜପତି , ରାୟଗଡା ଜିଲ୍ଲାରେ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ , ଯାଜପୁର , କଟକ, ଢେଙ୍କାନାଳ, ନୟାଗଡ , କନ୍ଧମାଳ, କୋରାପୁଟ, ମାଲକାନଗିରି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ୨୫ ତାରିଖରେ ୧୧ ଜିଲ୍ଲାରେ ବର୍ଷା ହେବାର ପୂର୍ୱାନୁମାନ କରାଯାଇଛି । ୫ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସ୍କିୟ ରହିଛି ସୁଦୃଶ୍ୟ ଲଘୁଚାପ । ଆସନ୍ତାକାଲି ପଶ୍ଚିମ ଦକ୍ଷିଣ – ପଶିମ ମୁହାଁ ହେବ । ଦକ୍ଷିଣ ପଶ୍ଚିମ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡିଶା ଉପରେ ନିମ୍ନଚାପ ରେଖା ସୃଷ୍ଟି ହୋଇପାରେ । ଦକ୍ଷିଣ ପୂର୍ୱ ଦିଗରୁ ଜଳୀୟ ବାଷ୍ପ ପୂର୍ଣ ସାମୁଦ୍ରିକ ବାୟୁ ରାଜ୍ୟକୁ ପ୍ରବେଶ ଯୋଗୁଁ ଉପକୂଳ ଏବଂ ପାଶ୍ୱର୍ବର୍ତ୍ତୀ ଉପକୂଳରେ ମେଘୁଆ ପାଗ ସହିତ ବର୍ଷାର ସମ୍ଭାବନା ରହିଛି ।









