17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶମୁମ୍ବାଇରେ ବର୍ଷା ବିତ୍ପାତ ; ସମସ୍ତ ସ୍କୁଲ ଛୁଟି

ମୁମ୍ବାଇରେ ବର୍ଷା ବିତ୍ପାତ ; ସମସ୍ତ ସ୍କୁଲ ଛୁଟି

ମୁମ୍ବାଇ : ମୁମ୍ବାଇରେ ବର୍ଷା ବିତ୍ପାତ। ଗତରାତିରେ ମୁମ୍ବାଇରେ ହୋଇଛି ଲଗାଣ ବର୍ଷା। ରାତି ସାରା ବର୍ଷା ଲାଗି ରହିଥିବାରୁ ବେହାଲ ହୋଇପଡିଛି ମାୟାନଗରୀ । ମୁମ୍ବାଇରେ ରବିବାର ରାତିରୁ ଗତକାଲି ସକାଳ ଭିତରେ ୩ଶହ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ସହରୀ ବନ୍ୟା ଓ ଜଳବନ୍ଦୀ ସ୍ଥିତି ଯୋଗୁଁ ଜୀବନ ଯାତ୍ରା ଭୀଷଣ ପ୍ରଭାବିତ ହୋଇଛି । ତେବେ କାଲି ମଧ୍ୟ ସାରାରାତି ବର୍ଷା ଲାଗି ରହିବା ଫଳରେ ସ୍ଥିତି ଆହୁରି ଜଟିଳ ହୋଇଛି । ଆଜି ମଧ୍ୟ ମୁମ୍ବାଇରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ମୁମ୍ବାଇର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛି ମହାନଗର ନିଗମ। ଏଥିସହ ଆବଶ୍ୟକ ନ ଥିଲେ ଲୋକଙ୍କୁ ଘରୁ ନ ବାହାରିବାକୁ ସତର୍କ କରାଯାଇଛି । ଖରାପ ପାଗ ଯୋଗୁଁ ପ୍ରାୟ ୫୦ଟି ବିମାନକୁ ବାତିଲ କରାଯାଇଛି । ଟ୍ରେନ୍ ଟ୍ରାକରେ ମଧ୍ୟ ପାଣି ଜମି ରହିବାରୁ ଏକାଧିକ ଟ୍ରେନ୍ ବାତିଲ ହୋଇଯିବା ସହ ସମୟରେ ପରିବର୍ତ୍ତନ କରାଯାଇଛି। ଥାନେ, ଅନ୍ଧେରି, କୁର୍ଲା, ଭଣ୍ଡୁପ୍, କିଙ୍ଗ୍ ସର୍କଲ୍ ଏବଂ ଦାଦର ସମେତ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି। ଗତକାଲି ବିଦ୍ୟାବିହାରର ଟ୍ରେନ୍ ଟ୍ରାକରେ ପାଣି ବହୁଥିବା ଏବଂ ଅନେକ ଅଣ୍ଡର ପାସ୍ ଜଳବନ୍ଦୀ ସ୍ଥିତିରେ ଥିବା ଦେଖିବାକୁ ମିଳିଥିଲା । ଭୀଷଣ ବର୍ଷା ଆଶଙ୍କା ଥିବାରୁ ବିଭିନ୍ନ ସ୍ଥାନରେ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking