27.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶରାଜଧାନୀ ଦିଲ୍ଲୀରେ ବର୍ଷା ବିତ୍ପାତ

ରାଜଧାନୀ ଦିଲ୍ଲୀରେ ବର୍ଷା ବିତ୍ପାତ

ନୂଆଦିଲ୍ଲୀ :  ରାଜଧାନୀର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।ବର୍ଷା ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଟ୍ରାଫିକରେ ପାଣି ଜମିବା, ଟ୍ରାଫିକ୍ ଜାମ୍ ଓ ଗଛ ପଡ଼ିଥିବା ଦେଖିବାକୁ ମିଳିଛି । ପାଣି ଜମି ରହିଥିବାରୁ କାର, ବସ୍, ଦୁଇ ଚକିଆ ଯାନ, ଅଟୋ ସେବା ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ସାଇକେଲ୍ ଧରି ଲୋକମାନେ ଯିବା ଆସିବା କରୁଛନ୍ତି । ପ୍ରବଳ ବର୍ଷାରେ ଯାତାୟତ ବାଧାପ୍ରାପ୍ତ ହୋଇଥିବାରୁ ସାଧାରଣ ଲୋକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ କୋଡିଏରୁ ଅଧିକ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଦିଲ୍ଲୀ ଏମ୍ସ ଯିବା ପାଇଁ ମଧ୍ୟ ରାସ୍ତା ବନ୍ଦ ହୋଇଛି । ଫଳରେ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଅନ୍ୟପଟେ ପ୍ରବଳ ବର୍ଷା ଓ ପବନରେ ଭୁଶୁଡ଼ି ପଡ଼ିଛି ଦିଲ୍ଲୀ ବିମାନବନ୍ଦରର ଛାତ । ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରର ଏକ ନମ୍ବର ଟର୍ମିନାଲର ଛାତ ଭୁଶୁଡ଼ି ପଡ଼ିବାରୁ ଯାନବାହାନ ଦବି ଯାଇଛି । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking