36.9 C
Bhubaneswar
Friday, April 10, 2026
Homeଓଡିଶାଆସନ୍ତା ୪୮ ଘଣ୍ଟା ଯାଏଁ ରାଜ୍ୟରେ ବର୍ଷା ସହ ବିଜୁଳି ଘଡଘଡି ସମ୍ଭାବନା

ଆସନ୍ତା ୪୮ ଘଣ୍ଟା ଯାଏଁ ରାଜ୍ୟରେ ବର୍ଷା ସହ ବିଜୁଳି ଘଡଘଡି ସମ୍ଭାବନା

ଭୁବନେଶ୍ବର : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଛି। ଘୂର୍ଣ୍ଣିବଳୟ ଛତିଶଗଡ଼ ଉପରେ ରହିଛି। ତଥାପି ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ଯାଏଁ ବର୍ଷା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନି‌ର୍ଦ୍ଦେଶିକା ମନୋରମା ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ମଧ୍ୟ ରହିବ। ଉତ୍ତର ଓଡ଼ିଶାରେ କିଛି ଭଲ ବର୍ଷା ହୋଇପାରେ। ୪୮ ଘଂଟା ପରେ ବର୍ଷା କମିଥିଲେ ବି ସମ୍ପୂର୍ଣ୍ଣ କମି ନାହିଁ। ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ରହିବ। ଫଳରେ ଆଗାମୀ ୭ ଦିନ ଯାଏଁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେବ ନାହିଁ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଜି ସୃଷ୍ଟି ହୋଇଥିବା ଲଘୁଚାପ ଦ୍ବାରା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ। ୨୫ ଓ ୨୬ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ୨୭ରେ ପଶ୍ଚିମ ଓଡ଼ିଶାରେ ବର୍ଷା ପ୍ରଭାବ ରହିବ। ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ବିକ୍ଷିପ୍ତ ବର୍ଷା ହୋଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking