25.9 C
Bhubaneswar
Monday, April 6, 2026
Homeଓଡିଶାକଳାହାଣ୍ଡିରେ ବର୍ଷା ସହ କୁଆପଥର ମାଡ

କଳାହାଣ୍ଡିରେ ବର୍ଷା ସହ କୁଆପଥର ମାଡ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ । ବର୍ଷା ସହ କୁଆପଥର ମାଡ । ଧର୍ମଗଡ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ କୁଆପଥର ବର୍ଷା ହୋଇଛି । ଜାତୀୟ ରାଜପଥରେ କୁଆପଥର ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିପରି ବଲାଙ୍ଗୀର ପାଟଣାଗଡ ଅଞ୍ଚଳରେ କୁଆପଥର ବର୍ଷା ହୋଇଛି । ଘର ଛପର ଭାଙ୍ଗି, ବ୍ୟାପକ ଫସଲ ନଷ୍ଟ ହୋଇପଡିଛି ।୭ ଓ ୮ ତାରିଖ ଦୁଇ ଦିନ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକକୁ ଏହି ସତର୍କତା ଜାରି କରାଯାଇଛି । ୯ ତାରିଖ ଯାଏ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ଝଡ଼ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ଆକଳନ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking