କଟକ: କଟକ ଶିଖରପୁର ଅଞ୍ଚଳର ହୋଟେଲରେ ପୋଲିସର ଚଢାଉ । ଏକ ଠକେଇ ମାମଲାରେ ୩୦ରୁ ଅଧିକ ଲୋକଙ୍କୁ ଉଠାଇ ନେଲା ଚାଉଳିଆ ଗଞ୍ଜ ପୋଲିସ । ହୋଟେଲରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଲୁଚିଥିବା ନେଇ ପୋଲିସ ରେଡ କରିଛି । ହୋଟେଲ ଭିତରେ ଚାଉଳିଆଗଞ୍ଜ ପୋଲିସ ଟିମ ତଲାସୀ କରିଛି । ପଶ୍ଚିମବଙ୍ଗରେ ହୋଇଥିବା ଠକେଇ ମାମଲାରେ ଅଭିଯୁକ୍ତମାନେ ଏହି ହୋଟେଲରେ ଥିବା କୁହାଯାଉଛି । ସେମାନଙ୍କୁ ଧରିବାକୁ ଆଉ କିଛି ଲୋକ ଆସିଥିବା ବେଳେ ପୋଲିସ ଖବର ପାଇ ସମସ୍ତଙ୍କୁ ଥାନାକୁ ନେଇଛି । ଘଟଣାସମ୍ପର୍କରେ ଅଧିକ ତଦନ୍ତ ପାଇଁ ଚାଉଳିଆଗଞ୍ଜ ପୋଲିସ ।










