26.1 C
Bhubaneswar
Wednesday, December 17, 2025
Homeଓଡିଶାକୋଇଲା ‌ଡିପୋରେ ଚଢ଼ଉ: ୬୫ ଟନ କୋଇଲା ଜବତ

କୋଇଲା ‌ଡିପୋରେ ଚଢ଼ଉ: ୬୫ ଟନ କୋଇଲା ଜବତ

ତାଳଚେର: ତାଳଚେର ଖଣି ଉପନିର୍ଦ୍ଦେଶକ ଶୁଭେନ୍ଦୁ ସାମଲ ବେଆଇନ କୋଇଲା ଡିପୋରେ ଚଢ଼ଉ କରି ବିପୁଳ ପରିମାଣର ଚୋରା କୋଇଲା ଜବତ କରିଥିବା ଜଣା ପଡ଼ିଛି। ଏନେଇ ତାଳଚେର ଡିଡିଏମ ସାମଲ କହିଛନ୍ତି ଯେ, ତାଳଚେର ଏବଂ କଣିହା ଅଞ୍ଚଳରେ କୋଇଲା ଚୋରା ଚଲାଣ ବୃଦ୍ଧି ହେଉଥିବା ଖବର ପାଇ ଚଢ଼ଉ ହୋଇଥିଲା। ଏଥିରେ ୬୫ ଟନ ଚୋରା କୋଇଲା ଜବତ କରାଯାଇଛି। ଆଗାମୀ ଦିନରେ ଏଭଳି ଚଢ଼ଉ ଜାରି ରହିବ ବୋଲି ସେ  ସୂଚନା ଦେଇଛନ୍ତି।ସୂଚନା ମୁତାବକ, କଣିହା କୋଇଲା ଖଣିରୁ ଗତ କିଛି ଦିନ ହେଲା କୋଇଲା ଚୋରା ଚାଲାଣ ହେଉଥିବା ନେଇ ତାଳଚେର ଡିଡିଏମ୍‌ ଖବର ପାଇଥିଲେ। ଯାହାକୁ ଆଧାର କରି  ଡିଡିଏମ ସାମଲ ଏବଂ ପୁଲିସ କର୍ମଚାରୀଙ୍କ ସହଯୋଗରେ କଂସମୁଣ୍ଡା ଗ୍ରାମରେ ବେଆଇନ କୋଇଲା ଡିପୋରେ ଚଢ଼ଉ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking