34.1 C
Bhubaneswar
Saturday, April 4, 2026
Homeଓଡିଶାକଳାବଜାରୀ ଗ୍ୟାସ ଏଜେନ୍ସି ଉପରେ ଚଢାଉ: ୨୭ ସିଲିଣ୍ଡର ଜବତ

କଳାବଜାରୀ ଗ୍ୟାସ ଏଜେନ୍ସି ଉପରେ ଚଢାଉ: ୨୭ ସିଲିଣ୍ଡର ଜବତ

ଢେଙ୍କାନାଳ: ଢେଙ୍କାନାଳ ସହରରେ ଗ୍ୟାସ ସଙ୍କଟଜନିତ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଯୁଗ୍ମ ଟିମ ଅଧିକାରୀଙ୍କ ଯୁଗ୍ମ ଟିମ ସହରର ବିଭିନ୍ନ ସ୍ଥାନମାନଙ୍କରେ ଗ୍ୟାସ ଆଉଟଲେଟ ଗୁଡିକରେ ଚଢାଉ ହେଉଛି । ଆଜି ଅପରାହ୍ମରେ ଶାସନ ଛକ ନିକଟରେ ଥିବା ସୀତାରାମ ଗ୍ୟାସ ଦୋକାନ ଯାଞ୍ଚ ସମୟରେ ୨୭ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି । ୩ଟି କମର୍ସିଆଲ ଓ ୨୪ଟି ଘରୋଇ ବ୍ୟବହାର ସିଲିଣ୍ଡର ମିଳିଛି । ଏହା ଗ୍ୟାସ ଚୁଲା ବିକ୍ରି ଓ ମରାମତି ଦୋକାନ ହୋଇଥିବାରୁ ଏତେ ପରିମାଣରେ ସିଲିଣ୍ଡର ମିଳିବା ଗ୍ୟାସ କଳାବଜାରକୁ ସ୍ପଷ୍ଟ ସୂଚିତ କରୁଛି । ତେବେ ଏତେ ପରିମାଣର ସିଲିଣ୍ଡର କୋଉଠୁ ଓ କିପରି ହାତେଇଛି ତାର ବିଧିବଦ୍ଧ ତଦନ୍ତ ପଚରାଉଚରା ଜାରି ରହିିଛି । ଆବଶ୍ୟକ ପଡିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲପାଳ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking