30.1 C
Bhubaneswar
Tuesday, February 3, 2026
Homeଓଡିଶାସୋନିଆଙ୍କୁ ଚିଠି ପଛରେ ରାହୁଲଙ୍କ ପ୍ରେରଣା: ମୋକିମ

ସୋନିଆଙ୍କୁ ଚିଠି ପଛରେ ରାହୁଲଙ୍କ ପ୍ରେରଣା: ମୋକିମ

ଭୁବନେଶ୍ୱର: ମହଙ୍ଗା ପଡିଲା ଦଳ ବିରୋଧୀ ବୟାନ । କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍ ।  ଓଡ଼ିଶା କଂଗ୍ରେସର ନେତୃତ୍ବ ନେବା ପାଇଁ ଭକ୍ତ ଦାସ ଅନଫିଟ୍ ବୋଲି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି କହିଥିଲେ ମହମ୍ମଦ ମୋକିମ । ଚିଠିରେ ଦଳର ନେତୃତ୍ଵର ନବୀକରଣ କରିବାକୁ ଦାବି କରିଥିଲେ।  ମୋକିମ କହିଛନ୍ତି ସୋନିଆଙ୍କୁ ଚିଠି ଲେଖିବା ପଛରେ ରାହୁଲଙ୍କ ପ୍ରେରଣା ଥିଲା କହିଲେ ମୋକିମ । ଆହୁରି କହିଛନ୍ତି, ରାହୁଲ ଗାନ୍ଧି ଆମର ସର୍ବୋଚ୍ଚ ନେତା, ମୁଁ ତାଙ୍କୁ ଅନୁସରଣ କରୁଥିଲି। ସେ କୁହନ୍ତି କଂଗ୍ରେସ କର୍ମୀ କେବେ ବି କାହାକୁ ଡରନ୍ତିନି । ସତ ସହ ସବୁବେଳେ ରହିବାକୁ ରାହୁଲ କୁହନ୍ତି । ତେଣୁ ମୁଁ କାହାକୁ ନ ଡରି ଚିଠି ଲେଖିଲି । ଯାହା ସତ ତାହା ଲେଖିଲି । ଖଡଗେଙ୍କ ବୟସ ୮୩ ବର୍ଷ କଂଗ୍ରେସ ଲଗାତାର ହାରୁଛି ଏହା ସତ୍ୟ । ସତ କେହି ଖୋଲିକି କହି ପାରୁନଥିଲେ, ମୁଁ କହିଲି । କଂଗ୍ରେସରୁ ବହିଷ୍କାର ପରେ ମହମ୍ମଦ ମୋକିମ ପ୍ରେସମିଟ କରି କହିଛନ୍ତି, ଚିଠିକୁ ଗୁରୁତ୍ୱର ସହ ନେଇଥିବାରୁ ମିଡିଆକୁ ଧନ୍ୟବାଦ ଜଣାଉଛି । ପରବର୍ତ୍ତୀ ସମୟରେ କଂଗ୍ରେସ ପଦକ୍ଷେପ ନେବ ବୋଲି ଭାବୁଛି । କଂଗ୍ରେସ ମୋତେ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି । ଅନ୍ୟପଟେ ଚିଠିକୁ ନେଇ ମୋକିମ କହିଛନ୍ତି ଯାହା କହିଛି ସେଥିରେ କୌଣସି ଅନୁଶୋଚନା ନାହିଁ । ଯାହା ଦଳର ସତ ତାହା ମୁଖ୍ୟଙ୍କୁ ଅବଗତ କରିଥିଲି । ଆଇନା ଦେଖାଇଥିଲି, ଭାବିଥିଲି କଂଗ୍ରେସ ସୁଧାର ଆଣିବ । କିନ୍ତୁ ଦଳ ମୋ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଛି, ଏହାକୁ ଗ୍ରହଣ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking