26.1 C
Bhubaneswar
Friday, March 27, 2026
Homeଦେଶ ବିଦେଶନିଟ୍‌ ପ୍ରସଙ୍ଗ ଉଠାଇବା ଲୋକସଭାରେ ରାହୁଲଙ୍କ ମାଇକ୍ରୋଫୋନ୍‌ ବନ୍ଦ!

ନିଟ୍‌ ପ୍ରସଙ୍ଗ ଉଠାଇବା ଲୋକସଭାରେ ରାହୁଲଙ୍କ ମାଇକ୍ରୋଫୋନ୍‌ ବନ୍ଦ!

ନୂଆଦିଲ୍ଲୀ: ଲୋକସଭାରେ ନିଟ୍‌ ପ୍ରସଙ୍ଗ ଉଠାଇବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାଇକ୍ରୋଫୋନ୍‌କୁ ବନ୍ଦ କରି ଦିଆଯାଇଥିଲା ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି। କଂଗ୍ରେସ ଏକ ଭିଡିଓ ସେୟାର କରି ରାହୁଲ ଗାନ୍ଧୀ ବାଚସ୍ପତି ଓମ ବିର୍ଲାଙ୍କୁ ମାଇକ୍ରୋଫୋନ ପାଇଁ ନିବେଦନ କରୁଥିବାର ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କରିଛି। ରାହୁଲ ଗାନ୍ଧୀ ନିଟ୍‌ ବିବାଦ ଉପରେ ବିତର୍କ କରି ସରକାରଙ୍କ ପକ୍ଷରୁ ଏକ ବିବୃତି ଦାବି କରିଥିଲେ। କଂଗ୍ରେସର ମାଇକ୍ରୋଫୋନ୍‌ ବନ୍ଦ ପ୍ରସଂଗରେ ଏହାର ଜବାବରେ ବାଚସ୍ପତି ଓମ ବିର୍ଲା ସ୍ପଷ୍ଟ କରିଛନ୍ତି ଯେ ସେ ସାଂସଦମାନଙ୍କ ମାଇକ୍ରୋଫୋନ୍ ବନ୍ଦ କରନ୍ତି ନାହିଁ ଏବଂ ସାଂସଦମାନଙ୍କ ମାଇକ୍ରୋଫୋନ୍‌ ବନ୍ଦ ହେବା ଉପରେ ତାଙ୍କର ନିୟନ୍ତ୍ରଣ ନାହିଁ। ଗୋଟିଏ ପଟେ ନରେନ୍ଦ୍ର ମୋଦୀ ନିଟ୍‌ ପ୍ରସଂଗରେ କିଛି କହୁନାହାଁନ୍ତି, ଅନ୍ୟପକ୍ଷେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଗୃହରେ ଯୁବକଙ୍କ ସ୍ୱର ଉତ୍ତୋଳନ କରୁଛନ୍ତି। କିନ୍ତୁ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଯୁବକଙ୍କ ସ୍ୱରକୁ ଦମନ କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି। ମାଇକ୍ ଅଫ୍ କରିବା ଭଳି ଶସ୍ତା କାର୍ୟ୍ୟ କରାଯାଇଛି‌ ବେ‌ାଲି କଂଗ୍ରେସ ଟ୍ୱିଟ୍ କରି କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking