25.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶୱାୟନାଡ ଗସ୍ତରେ ରାହୁଲ, ପ୍ରିୟଙ୍କା

ୱାୟନାଡ ଗସ୍ତରେ ରାହୁଲ, ପ୍ରିୟଙ୍କା

ୱାୟନାଡ: ଭୁସ୍ଖଳନ ପ୍ରଭାବିତ ୱାୟନାଡ ଗସ୍ତ କରିବା ପୂର୍ବକ ସ୍ଥାନୀୟ ତଥା ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ । ବୁଧବାର ଉଭୟ ରାହୁଲ ଏବଂ ପ୍ରିୟଙ୍କା ଏଠାକୁ ଆସିବାକୁ ଚାହିଁଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାଙ୍କ ଆସିବା କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ତେବେ ଉଭୟ ଭାଇ-ଭଉଣୀ ଆଜି ଏଠାରେ ପ୍ରଭାବିତ ଲୋକଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।
ରାହୁଲଙ୍କ କହିବାନୁସାରେ ୱାୟନାଡ ଉପରେ ଆସିଥିବା ଏହି ପ୍ରାକୃତିକ ଦୁର୍ବିପାକ, କେବଳ କେରଳ ନୁହେଁ ବରଂ ସମଗ୍ର ଭାରତ ପାଇଁ ଅତ୍ୟନ୍ତ ଦୁଃଖଦ ଘଟଣା । ଅନେକ ଲୋକ ନିଜ ପରିବାର ସଦସ୍ୟକୁ ହରାଇଛନ୍ତି । କିଏ ଘର ହରାଇଛି ତ, ଆଉ କିଏ ପ୍ରିୟଜନଙ୍କୁ ହରାଇଛନ୍ତି । ଏସବୁ ଦେଖିବା ଆମ ପକ୍ଷେ ଖୁବ୍ କଷ୍ଟଦାୟକ । ୱାୟନାଡର ଏ ଦୁଃଖଦ ପରିସ୍ଥିତିକୁ ବର୍ଣ୍ଣନା କରିବାକୁ ଯାଇ ରାହୁଲ କହିଛନ୍ତି, \”ଆଜି ମୋତେ ଠିକ୍ ସେପରି ଲାଗୁଛି, ଯେପରି ମୋ ବାପା (ରାଜୀବ ଗାନ୍ଧୀ)ଙ୍କ ମୃତ୍ୟୁ ପରେ ମୋତେ ଅନୁଭବ ହୋଇଥିଲା ।’ ଏଠାରେ ଲୋକମାନେ କେବଳ ତାଙ୍କ ବାପାଙ୍କୁ ହରାଇ ନାହାନ୍ତି, ବରଂ ଏକ ପରିବାରକୁ ହରାଇଛନ୍ତି । \”ସେ ୱାୟନାଡରୁ ସାଂସଦ ଥିବା ବେଳେ ୱାୟନାଡକୁ ନିଜ ଘର ଏବଂ ୱାୟନାଡବାସୀଙ୍କୁ ନିଜ ପରିବାର ବୋଲି ମନେ କରନ୍ତି । ଏଠାକାର ସମସ୍ତ ଲୋକଙ୍କୁ ସ୍ନେହ ଓ ସମ୍ମାନ ଜଣାଉଛି । ପୂରା ଦେଶର ଦୃଷ୍ଟି ୱାୟନାଡ ଉପରେ ରହିଛି ବୋଲି ରାହୁଲ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking