26.1 C
Bhubaneswar
Friday, April 3, 2026
Homeଦେଶ ବିଦେଶରାହୁଲ ନବୀନ ଇଡିର ନୂଆ ନିର୍ଦ୍ଦେଶକ

ରାହୁଲ ନବୀନ ଇଡିର ନୂଆ ନିର୍ଦ୍ଦେଶକ

ନୂଆଦିଲ୍ଲୀ:  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ରାହୁଲ ନବୀନ । ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି ଇଡ଼ିର ନୂଆ ମୁଖ୍ୟ ଭାବେ ତାଙ୍କ ନାମରେ ମୋହର ମାରିଛି । ପୂର୍ବରୁ ରାହୁଲ ନବୀନ, ଇଡିର କାର୍ଯ୍ୟକାରୀ ମୁଖ୍ୟ ତଥା ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ନିର୍ବାହ କରିଆସୁଥିଲେ । ତେବେ ଆଜି ତାଙ୍କୁ ଭାରତ ସରକାର ପୂର୍ଣ୍ଣକାଳୀନ ଇଡି ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି । ଏହି ପଦବୀରେ ସେ ଆସନ୍ତା ୨ ବର୍ଷ ପାଇଁ କାର୍ଯ୍ୟ କରିବେ । ଏନେଇ ଭାରତ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି ଇଡି କାର୍ଯ୍ୟକାରୀ ମୁଖ୍ୟ ତଥା ଆଇଆରଏସ୍ ରାହୁଲ ନବୀନଙ୍କୁ ଇଡିର ସ୍ଥାନୀୟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛି । ସେ ଏହି ପଦରେ ଦାୟିତ୍ୱ ନେବା ଠାରୁ ୨ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାର୍ଯ୍ୟ କରିବେ । ପ୍ରକାଶ, ୫୭ ବର୍ଷୀୟ ରାହୁଲ ୨୦୧୯ରେ ଇଡିରେ ଜଣେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ଯୋଗଦେଇଥିଲେ । ୧୯୯୩ ବ୍ୟାଚ୍‌ର ଆଇଆରଏସ୍ ଅଫିସର ନବୀନଙ୍କୁ ଗତବର୍ଷ ସେପ୍ଟେମ୍ବରରେ ଇଡି କାର୍ଯ୍ୟକାରୀ ମୁଖ୍ୟ ଭାବେ ପଦୋନ୍ନତି ଦିଆଯାଇଥିଲା । ପ୍ରକାଶ, ପୂର୍ବରୁ ସଞ୍ଜୟ କୁମାର ମିଶ୍ରା ଇଡିର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ତେବେ ସରକାରଙ୍କ ପକ୍ଷରୁ ତାଙ୍କ କାର୍ଯ୍ୟକାଳ ଅବଧିକୁ ବାରମ୍ବାର ବୃଦ୍ଧି କରାଯିବାକୁ ସୁପ୍ରିମକୋର୍ଟ ବେଆଇନ୍ ବୋଲି ଦର୍ଶାଇଥିଲେ । ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ କେନ୍ଦ୍ର ସରକାର ରାହୁଲ ନବୀନଙ୍କୁ ଇଡିର କାର୍ଯ୍ୟକାରୀ ମୁଖ୍ୟ ପଦରୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking