16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ରାହୁଲ, ଖର୍ଗେ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ରାହୁଲ, ଖର୍ଗେ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ୱତନ୍ତ୍ର ଚିଠି ଲେଖି ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି । ଚିଠି ମାଧ୍ୟମରେ ରାହୁଲ ଏବଂ ଖର୍ଗେ ପ୍ରଧାନମନ୍ତ୍ରୀଙ୍କୁ ଜମ୍ମୁ କାଶ୍ମୀର ପାଇଁ ଏକ ନୂତନ ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି । ସେମାନେ କହିଛନ୍ତି, ଏହାକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ଉଚିତ୍ । କଂଗ୍ରେସ ମଧ୍ୟ ଏହି ଚିଠିକୁ ‘ଏକ୍ସ’ ହ୍ୟାଣ୍ଡେଲରେ ଶେୟାର କରିଛି । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । କଂଗ୍ରେସକୁ ଅବଦୁଲ୍ଲା ସରକାରଙ୍କ ସମର୍ଥନ ମିଳିଛି, ଯଦିଓ ଦଳର କୌଣସି ନେତା ମନ୍ତ୍ରିମଣ୍ଡଳରେ ସାମିଲ ନାହାନ୍ତି ।

ଓମାର ଅବଦୁଲ୍ଲା କହିଛନ୍ତି ଯେ ଆମେ କେନ୍ଦ୍ର ଠାରୁ ଏପରି କିଛି ମାଗୁନାହୁଁ ଯାହା ପ୍ରତିଶ୍ରୁତି ଦିଆଯାଇନଥିଲା । ଜମ୍ମୁର ଏକ ସରକାରୀ ସ୍କୁଲର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଓମାର ଅବଦୁଲ୍ଲା କହିଛନ୍ତି, “ଏହା ଏକ ଭଲ କଥା । ଆମେ ଏହି ଦିନକୁ ଅପେକ୍ଷା କରିଥିଲୁ ଯେତେବେଳେ ବିରୋଧୀ ଦଳ ପକ୍ଷରୁ ସଂସଦ ଏବଂ ଦିଲ୍ଲୀରେ ଆମର ସ୍ୱର ଉଠିବ । କେନ୍ଦ୍ର ନିକଟରେ ଜମ୍ମୁ-କାଶ୍ମୀରର ରାଜ୍ୟ ମାନ୍ୟତା ପ୍ରସଙ୍ଗ ଉଠାଇଥିବାରୁ ଓମାର, ଖର୍ଗେ ଏବଂ ରାହୁଲ୍‌ଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି । ରିପୋର୍ଟ ଅନୁସାରେ ରାହୁଲ ଏବଂ ଖର୍ଗେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସେମାନେ ସରକାରଙ୍କୁ ସଂସଦର ଆଗାମୀ ମୌସୁମୀ ଅଧିବେଶନରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଏକ ବିଲ୍ ଆଣିବାକୁ ଅନୁରୋଧ କରୁଛନ୍ତି ।

ଦୀର୍ଘ ୫ ବର୍ଷ ଧରି ଜମ୍ମୁ କାଶ୍ମୀର ନାଗରିକମାନେ ନିରନ୍ତର ଭାବେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପୁନଃସ୍ଥାପିତ କରିବା ପାଇଁ ଦାବି କରିଆସୁଛନ୍ତି । ସେମାନଙ୍କ ଏହି ଦାବି ସେମାନଙ୍କର ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ଅଧିକାର ସହିତ ବୈଧ । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ମଧ୍ୟ ଅନେକ ଥର ବ୍ୟକ୍ତିଗତ ଭାବେ କେନ୍ଦ୍ର ସରକାର ରାଜ୍ୟର ମାନ୍ୟତା ପୁନଃସ୍ଥାପିତ କରିବା ପାଇଁ ପ୍ରତିବଦ୍ଧ ବୋଲି ପୁନରାବୃତ୍ତି କରିଆସିଛନ୍ତି ବୋଲି ଉଭୟ ମନେ ପକାଇଦେଇଛନ୍ତି । ପ୍ରକାଶ, ୨୦୧୯ ବର୍ଷରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାସହିତ, ଜମ୍ମୁ-କାଶ୍ମୀରକୁ ଦୁଇ ଭାଗ, ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ବିଭକ୍ତ କରାଯାଇଥିଲା ଏବଂ ଉଭୟକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯାଇଥିଲା । ସେବେଠାରୁ, ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଦାବି ହୋଇଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking