25.6 C
Bhubaneswar
Sunday, April 12, 2026
Homeଦେଶ ବିଦେଶରାହୁଲ ଗାନ୍ଧୀ ଦେଶଦ୍ରୋହୀ: ସମ୍ବିତ ପାତ୍ର

ରାହୁଲ ଗାନ୍ଧୀ ଦେଶଦ୍ରୋହୀ: ସମ୍ବିତ ପାତ୍ର

ନୂଆଦିଲ୍ଲୀ: ସଂସଦରେ ଆଦାନୀ ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ଜୋରଦାର ଟାର୍ଗେଟ ଜାରି ରଖିଛି କଂଗ୍ରେସ ଦଳ। ବିଜେପି ସାଂସଦ ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କୁ ଦେଶଦ୍ରୋହୀ ବୋଲି ଆକ୍ଷେପ କରିଛନ୍ତି। ଯାହା ଉଭୟ କଂଗ୍ରସ ଓ ବିଜେପିକୁ ମୁହାଁମୁହିଁ ସ୍ଥିତିକୁ ଆଣିଛି। ଭାରତକୁ ଅସ୍ଥିର କରିବା ପାଇଁ ଏକ ତ୍ରିକୋଣୀୟ ଗ୍ରୁପ କାର୍ଯ୍ୟ କରୁଛି ବୋଲି ବିଜେପି ସାଂସଦ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ସମ୍ବିତ ପାତ୍ର କହିଛନ୍ତି ଯେ ଭାରତକୁ ଅସ୍ଥିର କରିବାକୁ ଏକ ବିପଜ୍ଜନକ ତ୍ରିକୋଣୀୟ ଗ୍ରୁପ୍ କାମ କରୁଛି। ଏହି ଗ୍ରୁପରେ, ଗୋଟିଏ ପାର୍ଶ୍ୱରେ ଆମେରିକାର ଜର୍ଜ ସୋରୋସ୍ ଅଛନ୍ତି, ଆମେରିକାର କିଛି ଏଜେନ୍ସି ଅଛି ଏବଂ ଅନ୍ୟ ପଟେ ଓସିସିଆରପି ନାମକ ଏକ ବଡ଼ ଅନ୍ତର୍ଜାତୀୟ ଗଣମାଧ୍ୟମ ପୋର୍ଟାଲ୍ ଅଛି। ଏହାର ଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛନ୍ତି ରାହୁଲ ଗାନ୍ଧୀ। ସବୁଠାରୁ ବଡ଼ ଦେଶଦ୍ରୋହୀ। ମୁଁ ଏହି ଶବ୍ଦ କହିବାକୁ ଭୟ କରେ ନାହିଁ। ଲୋକସଭାର ବିରୋଧୀ ଦଳର ନେତାଙ୍କୁ ଦେଶଦ୍ରୋହୀ ବୋଲି କହିବାକୁ ମୋର କୌଣସି ଦ୍ୱିଧା ନାହିଁ ବୋଲି ସମ୍ବିତ ପାତ୍ର କହିଛନ୍ତି। ବିଜେପି ସାଂସଦ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ଭାରତ ବିରୋଧୀ ଏବଂ ଯେଉଁମାନେ ଭାରତକୁ ଘୃଣା କରନ୍ତି ସେମାନେ ରାହୁଲ ଗାନ୍ଧୀଙ୍କୁ ଭଲ ପାଆନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking