37.1 C
Bhubaneswar
Saturday, April 4, 2026
Homeଦେଶ ବିଦେଶଶେୟାର ବଜାରରୁ ରାହୁଲ ଗାନ୍ଧୀଙ୍କୁ ବେଶ୍‌ ଲାଭ

ଶେୟାର ବଜାରରୁ ରାହୁଲ ଗାନ୍ଧୀଙ୍କୁ ବେଶ୍‌ ଲାଭ

ନୂଆଦିଲ୍ଳୀ : ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ସରକାର ଓ ସେବିକୁ ଘେରିଥିବା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଶେୟାର ବଜାରରୁ ବେଶ୍‌ ଭଲ ଲାଭ କରିଛନ୍ତି। ବିରୋଧୀ ଦଳ ନେତାଙ୍କ ବୟାନ ସେୟାର ବଜାରକୁ ପ୍ରଭାବିତ କରୁଛି ବୋଲି ବିଜେପି କହୁଥିବା ବେଳେ ଏହି ସମୟରେ ସାମ୍ନାକୁ ଆସିଛି ସେୟାର ବଜାରରେ ରାହୁଲଙ୍କ ରୋଜଗାରର ପରିମାଣ। ରାହୁଲ ସେୟାର ମାର୍କେଟରେ ଟଙ୍କା ଲଗାନ୍ତି। ଗତ ୫ ମାସ ମଧ୍ୟରେ ରାହୁଲ ସେୟାର ବଜାରରୁ ୪୬ ଲକ୍ଷ ୫୦ ହଜାର ଟଙ୍କା ଆୟ କରିଛନ୍ତି। ସୂଚନା ମୁତାବକ, ୧୫ ମାର୍ଚ୍ଚ, ୨୦୨୪ରେ ଷ୍ଟକ ମାର୍କେଟରେ ରାହୁଲଙ୍କର ସମ୍ପତ୍ତି ୪ କୋଟି ୩୩ ଲକ୍ଷ ଟଙ୍କା ଥିଲା। ଅଗଷ୍ଟ ୧୨ ଅର୍ଥାତ ସୋମବାର ସୁଦ୍ଧା ରାହୁଲଙ୍କ ସମ୍ପତ୍ତି ୪ କୋଟି ୮୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ରାହୁଲ ଗାନ୍ଧୀ ଲୋକସଭାରେ ଦାଖଲ କରିଥିବା ସମ୍ପତି ତାଲିକାରେ ସେ ଅର୍ଥ ବିନିଯୋଗ କରିଥିବା ଷ୍ଟକର ତଥ୍ୟ ଦେଇଥିଲେ। ଏହି ଷ୍ଟକର ମୂଲ୍ୟ ବୃଦ୍ଧିକୁ ଆଳକନ କଲେ ରାହୁଲ ୫ ମାସରେ ୪୬ ଲକ୍ଷ ୪୯ ହଜାର ଟଙ୍କା ଲାଭ କରିଥିବା ସୂଚନା ମଳିଛି। ରାହୁଲ ମୋଟ ୨୪ ଟି କମ୍ପାନୀରେ ଅର୍ଥ ବିନିଯୋଗ କରିଛନ୍ତି। ସେଥିରୁ ୨୦ ଟି କମ୍ପାନୀର ଷ୍ଟକର ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ୪ ଟିରେ କ୍ଷତି ସହିଛନ୍ତି। ଛୋଟ କମ୍ପାନୀ ଭର୍ଟେଜ ଆର୍ଡଭାଟାଇଜିଂ ରାହୁଲଙ୍କୁ ସବୁଠୁ ଅଧିକ ଲାଭ ଦେଇଛି। ଭର୍ଟେଜ ଆର୍ଡଭାଟାଇଜିଂର ସେୟାରର ମୂଲ୍ୟ ମାର୍ଚ୍ଚ ୧୫ରେ ୨୬୦ ଟଙ୍କା ଥିଲା। ଯାହା ଏବେ ୫୨୦୦ ଛୁଇଁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking