26.1 C
Bhubaneswar
Thursday, March 26, 2026
Homeଓଡିଶାକେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ରାହୁଲ ଗାନ୍ଧୀ

କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଶନିବାର ଗୃହରେ ସମ୍ବିଧାନ ଉପରେ ଆଲୋଚନାରେ ଭାଗ ନେଇଥିଲେ। ଏହି ସମୟରେ ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ହାଥରସ୍ ଦୁଷ୍କର୍ମ ମାମଲାକୁ ନେଇ ୟୁପିର ଯୋଗୀ ସରକାର ମଧ୍ୟ ରାହୁଲଙ୍କ ଟାର୍ଗେଟରେ ଥିଲେ। ୪ ବର୍ଷ ତଳେ ହାଥରସରେ ଜଣେ ଦଳିତ ମହିଳାଦୁଷ୍କର୍ମର ଶିକାର ହୋଇଥିଲେ। ଅପରାଧୀମାନେ ବାହାରେ ବୁଲୁଥିବା ବେଳେ ପୀଡ଼ିତାଙ୍କ ପରିବାର ଜେଲରେ ଜୀବନ ବିତାଉଛନ୍ତି। ଉତ୍ତରପ୍ରଦେଶରେ ସମ୍ବିଧାନ ନୁହେଁ, ମନୁସ୍ମୃତି ଚାଲିଛି ବୋଲି ସେ କହିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ , ସମ୍ବିଧାନକୁ ନେଇ ସବରକର କହୁଥିଲେ ଯେ ସମ୍ବିଧାନର ସବୁଠାରୁ ଖରାପ କଥା ହେଉଛି ଏଥିରେ ଭାରତୀୟ କିଛି ନାହିଁ। ଯେତେବେଳେ ଆପଣ ସମ୍ବିଧାନ ବଞ୍ଚାଇବା କଥା କହୁଛନ୍ତି, ସେତେବେଳେ ଆପଣ ନିଜ ନେତା ସାବରକରଙ୍କୁ ଉପହାସ କରୁଛନ୍ତି। ଯେମିତି ଦ୍ରୋଣାଚାର୍ଯ୍ୟ ଏକଲବ୍ୟଙ୍କ ଅଙ୍ଗୁଠି କାଟିଦେଇଛନ୍ତି, ଠିକ୍ ସେମିତି ଆପଣ ଭାରତବାସୀଙ୍କ ଅଙ୍ଗୁଠି କାଟୁଛନ୍ତି। ଯେତେବେଳେ ଆପଣ ଅଦାନୀଙ୍କୁ ଧାରାବୀ ବିକ୍ରି କରନ୍ତି, ଆପଣ ଧାରାବୀର ଲୋକଙ୍କ ଆଙ୍ଗୁଠି କାଟି ଦିଅନ୍ତି । ଯେତେବେଳେ ଆପଣ ଆଦାନୀଙ୍କୁ ସାହାଯ୍ୟ କରନ୍ତି, ସେତେବେଳେ ଆପଣ ଦେଶର ଲୋକଙ୍କ ଆଙ୍ଗୁଠି କାଟି ଦିଅନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking