19.1 C
Bhubaneswar
Sunday, February 8, 2026
Homeଓଡିଶାଧରାକୋଟ ଦଳିତଙ୍କୁ ଆକ୍ରମଣ ଘଟଣାରେ ରାହୁଲ ଗାନ୍ଧୀଙ୍କ ନିନ୍ଦା

ଧରାକୋଟ ଦଳିତଙ୍କୁ ଆକ୍ରମଣ ଘଟଣାରେ ରାହୁଲ ଗାନ୍ଧୀଙ୍କ ନିନ୍ଦା

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ୍ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ଜଣେ ଦଳିତ ବ୍ୟକ୍ତି ବାବୁଲା ନାୟକ ଅନ୍ୟ ଜଣେ ଯୁବକଙ୍କୁ ଆଣ୍ଠୁ ମାଡ଼ି ବସିବାକୁ, ଘାସ ଖାଇବାକୁ ଏବଂ ମଇଳା ପାଣି ପିଇବାକୁ ବାଧ୍ୟ କରିବା ସହ ଆଣ୍ଠୁମାଡ଼ି ରାସ୍ତାରେ ଚଲେଇ ଚଲେଇ ନେବା କେବଳ ଅମାନବୀୟ ନୁହେଁ ବରଂ ମନୁବାଦୀ ଚିନ୍ତାଧାରାର ବର୍ବରତା ବୋଲି ବିରୋଧିଦଳ ନେତା ଜନନାୟକ ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମ ରେ ନିନ୍ଦା କରିଛନ୍ତି। ସେ କହିଛନ୍ତି ଏହି ଘଟଣା ସେମାନଙ୍କ ପାଇଁ ଏକ ଦର୍ପଣ ଯେଉଁମାନେ କୁହନ୍ତି ଯେ ଜାତି ଆଉ ଏକ ପ୍ରସଙ୍ଗ ନୁହେଁ।ଦଳିତଙ୍କ ସମ୍ମାନକୁ ଦଳି ଦେଉଥିବା ପ୍ରତ୍ୟେକ ଘଟଣା ବାବା ସାହେବଙ୍କ ସମ୍ବିଧାନ ଉପରେ ଆକ୍ରମଣ। ସମାନତା, ନ୍ୟାୟ ଏବଂ ମାନବିକତା ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର।ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଏପରି ଘଟଣା ସାଧାରଣ ହେବାରେ ଲାଗିଛି କାରଣ ସେମାନଙ୍କର ରାଜନୀତି ଘୃଣା ଏବଂ ଭେଦଭାବ ଉପରେ ଆଧାରିତ।ବିଶେଷକରି ଓଡ଼ିଶାରେ, ଏସସି, ଏସଟି ଏବଂ ମହିଳାଙ୍କ ବିରୁଦ୍ଧରେ ଅତ୍ୟାଚାର ଉଦ୍ ବେଗଜନକ ଭାବରେ ବୃଦ୍ଧି ପାଇଛି।ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଇ କଠୋର ଦଣ୍ଡ ଦିଆଯିବା ଉଚିତ୍ ବୋଲି କହିବା ସହ ଦେଶ ମନୁସ୍ମୃତି ଦ୍ୱାରା ନୁହେଁ, ସମ୍ବିଧାନ ଦ୍ୱାରା ପରିଚାଳିତ ବୋଲି ଶ୍ରୀ ଗାନ୍ଧୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking