19.1 C
Bhubaneswar
Monday, December 8, 2025
Homeଦେଶ ବିଦେଶରାହୁଲ- ଧର୍ମେନ୍ଦ୍ରଙ୍କ ଟ୍ୱିଟ ଯୁଦ୍ଧ

ରାହୁଲ- ଧର୍ମେନ୍ଦ୍ରଙ୍କ ଟ୍ୱିଟ ଯୁଦ୍ଧ

ନୂଆଦିଲ୍ଲୀ: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବରକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏନେଇ ରାହୁଲ ଗାନ୍ଧୀ ଉଦବେଗ ପ୍ରକାଶ କରି ଟ୍ୱିଟ କରିଛନ୍ତି । କହିଛନ୍ତି, ନ୍ୟାୟ ବଦଳରେ ଝିଅକୁ ମାରିଦେଲେ । ଯୌନ ଶୋଷଣ ପ୍ରତିବାଦରେ ସ୍ୱର ଉଠାଇଥିଲେ । ନ୍ୟାୟ ବଦଳରେ ଧମକ, ପ୍ରତାରଣା କରାଗଲା । ନିରୀହ ଝିଅକୁ ଆତ୍ମାହୁତି କରିବାକୁ ବାଧ୍ୟ କରାଗଲା । ଏ ଆତ୍ମହତ୍ୟା ନୁହେଁ, ବ୍ୟବସ୍ଥା ଦ୍ୱାରା ସଂଗଠିତ ହତ୍ୟା କରାଯାଇଛି । ଭାରତର ଝିଅକୁ ସୁରକ୍ଷା ଓ ନ୍ୟାୟ ଆବଶ୍ୟକ । ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଏକ ଦୁଃଖଦ ଘଟଣାରେ ରାଜନୀତି ଦୁର୍ଭାଗ୍ୟପୂଣ୍ଣ । ସମ୍ବେଦନଶୀଳ ମାମଲାକୁ ରାଜନୀତି ହତିଆର କରୁଛନ୍ତି । ଏହା ରାହୁଲ ଗାନ୍ଧୀଙ୍କ ଶସ୍ତା ମାନସିକତା ଦର୍ଶାଉଛି । ପୂରା ଦେଶ ସ୍ତବ୍ଧ, କଂଗ୍ରେସ ରାଜନୈତିକ ରୁଟି ସେକୁଛି । ବିଜେପି ସବୁବେଳେ ମହିଳାଙ୍କ ନ୍ୟାୟ ପାଇଁ କାମ କରୁଛି । ଦୋଷୀଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ନିଆଯିବ । ଏବେ ରାଜନୀତି ନୁହେଁ, ନ୍ୟାୟ ଦେବା ସମୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking