17.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶରାହୁଲ ଓ ପ୍ରିୟଙ୍କାଙ୍କୁ ଅଟକାଇଲା ପୋଲିସ

ରାହୁଲ ଓ ପ୍ରିୟଙ୍କାଙ୍କୁ ଅଟକାଇଲା ପୋଲିସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ଭଲ ଅଭିମୁଖେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯାଉଥିବା ବେଳେ ଦିଲ୍ଲୀ ଏବଂ ନୋଏଡା ମଧ୍ୟରେ ଥିବା ଗାଜୀପୁର ସୀମାରେ ଅଟକାଇ ଦିଆଯାଇଛି। ତାଙ୍କ ଗାଡ଼ିକୁ ସୀମାରେ ଅଟକାଯିବା ପ‌ରେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନେ ଗାଡିରୁ ବାହାରି ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତା’ପରେ ବି ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଯିବା ପାଇଁ ଅନୁମତି ମିଳିନାହିଁ । ସୀମାରେ ପ୍ରବଳ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ​​କାରଣ ପୋଲିସ ରାଜପଥକୁ ଅବରୋଧ କରିବାରୁ ଟ୍ରାଫିକ୍ ଜାମ୍ ହୋଇଥିଲା। ରାସ୍ତାରେ ବ୍ୟାରିକେଡ୍ ରଖାଯାଇ ଟ୍ରାଫିକ୍ ଅଟକା ଯାଇଥିଲା। ଏପଟେ ସ୍ଲୋଗାନ ଦେଇ କଂଗ୍ରେସ କର୍ମୀମାନେ ବ୍ୟାରିକେଡ୍ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। କଂଗ୍ରେସ ନେତାମାନେ ସକାଳ ପ୍ରାୟ ୧୦.୧୫ରେ ଦିଲ୍ଲୀ ଛାଡି ୧୧ଟା ସମୟରେ ସୀମାରେ ପହଞ୍ଚିଥିଲେ। ହେଲେ ସେମାନଙ୍କର ଦଳ ଆଉ ଆଗକୁ ଯାଇପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking