ବ୍ରହ୍ମପୁର: ପୁଣି ବ୍ରହ୍ମପୁର ଏମକେସିଜିରେ ଜୁନିୟର ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଏମବିବିଏସ ସିନିୟର ପିଲମାନେ ଜୁନିୟରଙ୍କୁ ରାଗିଂ କରିଥିବା ନ୍ୟାସନାଲ ମେଡିକାଲ କାଉନ୍ସିଲ୍ ଆଣ୍ଟି ରାଗିଂ ସେଲ୍କୁ ଇ-ମେଲରେ ଅଭିଯୋଗ କରାଯାଇଛି । ଆଣ୍ଟି ରାଗିଂ ସେଲ୍ ଏମ୍କେସିଜି ଡିନ୍ଙ୍କୁ ଏନେଇ ଇ-ମେଲ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ତେବେ ସୂଚନା ମୁତାବକ ଆଜି ଆଣ୍ଟି ରାଗିଂ ସେଲ୍ର ବୈଠକରେ ଆଲୋଚନା କରାଯିବ। ଏଥିପାଇଁ ଜୁନୟର ଓ ସିନିୟର ପିଲାମାନଙ୍କୁ ଡକାଯାଇଛି । ବେନାମୀ ଅଭିଯୋଗ ଥିବାରୁ କିଏ ଅଭିଯୋଗ କରିଛି ତାହା ଜଣାପଡ଼ିନାହିଁ । ଆଣ୍ଟିଂ ରାଗିଂ ସେଲ୍ ବୈଠକରେ ପିଲାଙ୍କୁ ବ୍ୟକ୍ତିଗତ ଭାବେ ଡାକି ପଚରାଯିବ ବୋଲି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ୨ , ୨ ଥର ରାଗିଂ ଅଭିଯୋଗ ଆସିଥିଲା । ତେବେ ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ହଷ୍ଟେଲ ପକ୍ଷରୁ ପିଲାମାନଙ୍କୁ ସତର୍କ ସହିତ ଚେତାବନୀ ମଧ୍ୟ ଦିଆଯାଇଥିଲା । ତେବେ ଆଜି ପୁଣି ରାଗିଂ ଅଭିଯୋଗ ଆସିଥିବା ବେଳେ , କେବେ ସଠିକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଦେଖିବାକୁ ବାକି ରହିଲା ।