22.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶମୋଦିଙ୍କୁ ଭେଟିଲେ ରାଧାକ୍ରିଷ୍ଣାନ   

ମୋଦିଙ୍କୁ ଭେଟିଲେ ରାଧାକ୍ରିଷ୍ଣାନ   

ନୂଆଦିଲ୍ଲୀ: ଦିଲ୍ଲୀରେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଭେଟିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ତାଙ୍କୁ ସ୍ୱାଗତ କରିଥିଲେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ,ପ୍ରହ୍ଲାଦ ଯୋଶୀ,ଉପେନ୍ଦ୍ର ଯାଦବ, କେ ରାମ ମୋହନ ନାଇଡୁ, ଦିଲ୍ଲୀ  ମୁଖ୍ୟମନ୍ତ୍ରୀ ରେଖାଗୁପ୍ତା । ଆସନ୍ତାକାଲି ଏନଡିଏ ସାଂସଦଙ୍କୁ ସିପି ରାଧାକ୍ରିଷ୍ଣନ ଭେଟିବାର କାଯ୍ୟକ୍ରମ ରହିଛି । ସେମାନଙ୍କୁ ଭେଟି ସେ ସମର୍ଥନ  ଲୋଡିବେ । ଗତକାଲି ବିଜେପି ସଂସଦୀୟ ଦଳ ବୈଠକରେ  ଏନଡିଏ ଉପରାଷ୍ଟ୍ରପତି  ପ୍ରାର୍ଥୀ ଭାବରେ ସିପି ରାଧାକ୍ରିଷ୍ଣନଙ୍କ ନାଁ ଘୋଷଣା କରାଯାଇଥିଲା  ଆସନ୍ତା ୯ ତାରିଖରେ ଉପରାଷ୍ଟ୍ରପତି  ନିର୍ୱାଚନ ହେବ । ସିପି ରାଧାକ୍ରିଷ୍ଣନ ଏବେ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି । ପୂର୍ୱରୁ ସେ ଝାଡଖଣ୍ଡ ରାଜ୍ୟପାଳ ବି ହୋଇଥିଲେ ।  ଏଥିସହିତ ତେଲଙ୍ଗାନା  ରାଜ୍ୟପାଳ ଓ ପୁଡୁଚେରୀ ଉପରାଜ୍ୟପାଳ  ଭାବରେ ଅତିରିକ୍ତ ଦାୟିତ୍ୱରେ ବି ସେ ରହିଥିଲେ । ସାମ୍ବିଧାନିକ କ୍ଷେତ୍ରରେ ତାଙ୍କର ଲମ୍ବା ଅଭିଜ୍ଞତା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking