ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ । ବିଭିନ୍ନ ବିଭାଗର ପ୍ରଶ୍ନକାଳ ଉପରେ ଆଲୋଚନା ଚାଲିଛି । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା କରିଛନ୍ତି ବିରୋଧୀ ଦଳ । ବାଚସ୍ପତି ସୁରମା ପାଢୀ ଛିଡା ହୋଇ ବିରୋଧୀ ଦଳକୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଏବଂ ନିଜ ସ୍ଥାନକୁ ଯିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ନିଜ ଜାଗାକୁ ଯିବାକୁ ପ୍ରସ୍ତୁତ ନଥିଲେ । ଆହୁରି ହୋହାଲ୍ଲା କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ବିଜେଡି ଓ କଂଗ୍ରେସ ସଭ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ନାରାବାଜି କରିଥିଲେ । ପଞ୍ଚାୟତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ପ୍ରସଙ୍ଗରେ ବିଜେଡି ବିଧାୟକମାନେ ପୋଡିୟମ ତଳକୁ ଆସି ପ୍ରତିବାଦ କରିଥିଲେ । ଅନ୍ୟପଟେ କଂଗ୍ରେସ ବିଧାୟକମାନେ ବିଜେଡି ଗୃହ ଚଳାଇ ଦେଉନଥିବା ଅଭିଯୋଗରେ ଏବଂ ବିଜେଡି – ବିଜେପି ଭାଇଭାଇ କହି ନିଜ ସ୍ଥାନରେ ରହି ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । ହୋହଲ୍ଲା ଭିତରେ ଚାଲିଛି ପ୍ରଶ୍ନକାଳ ।









