25.9 C
Bhubaneswar
Monday, April 6, 2026
Homeଦେଶ ବିଦେଶପାଟନାରେ ପ୍ରଶ୍ନପତ୍ର ଲିକ: ବିକ୍ଷୋଭ କରିଛନ୍ତି ପରୀକ୍ଷାର୍ଥୀ

ପାଟନାରେ ପ୍ରଶ୍ନପତ୍ର ଲିକ: ବିକ୍ଷୋଭ କରିଛନ୍ତି ପରୀକ୍ଷାର୍ଥୀ

ନୂଆଦିଲ୍ଲୀ :ବିହାରର ରାଜଧାନୀ ପାଟନାରେ ବିହାର ଲୋକସେବା ଆୟୋଗ ପରୀକ୍ଷାର ପ୍ରଶ୍ନପତ୍ର ଲିକକୁ ବିରୋଧ କରି ଶୁକ୍ରବାର ପ୍ରାର୍ଥୀମାନେ ହଙ୍ଗାମା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହଙ୍ଗାମା ଓ ପ୍ରତିବାଦ ପରେ ପାଟନା ଡିଏମ୍ ଡ. ଚନ୍ଦ୍ରଶେଖର ସିଂହ ବାପୁ ଅଡିଟୋରିୟମରେ ପହଞ୍ଚି ପରୀକ୍ଷାର୍ଥୀଙ୍କୁ ବୁଝାସୁଝା କରିଥିଲେ। ଡିଏମଙ୍କୁ ଦେଖି ପ୍ରାର୍ଥୀମାନେ ମଧ୍ୟ ଡିଏମଙ୍କ ବିରୋଧରେ ଅଭିଯୋଗ ଆଣିବା ଆରମ୍ଭ କରିଥିଲେ, ଯାହା ପରେ ସେ ରାଗିଯାଇ ଜଣେ ପ୍ରାର୍ଥୀଙ୍କୁ ଚାପୁଡ଼ା ମାରିଥିଲେ। ଡିଏମ୍ ଚାପୁଡ଼ା ମାରିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ ଆଜି ବିପିଏସସି ପରୀକ୍ଷା ଥିଲା। କୁମ୍ଭାରରେ ଥିବା ବାପୁ ପରୀକ୍ଷା କେନ୍ଦ୍ରରେ ପାଖାପାଖି ୧୨ ହଜାର ପିଲାଙ୍କ କେନ୍ଦ୍ର ଥିଲା। ପରୀକ୍ଷା କକ୍ଷରେ ୨୭୩ ଜଣ ପିଲାଙ୍କ ବସିବା ପାଇଁ ଯୋଜନା ଥିଲା। ପରୀକ୍ଷା ହଲ୍ ପାଇଁ ୧୨-୧୨ଟି ସେଟ୍ ୨୮୮ଟି ପ୍ରଶ୍ନପତ୍ର ଥିବା ଏକ ଲଫାପା ଆସିଥିଲା। କିନ୍ତୁ ପରୀକ୍ଷା କକ୍ଷରେ ବାକ୍ସରେ ଆସିଥିବା ପରୀକ୍ଷାର ପ୍ରଶ୍ନପତ୍ର ଥିଲା ୧୯୨। ତେଣୁ ଗୋଟିଏ ହଲ୍ ଖୋଲିବା ପରେ ପ୍ରଶ୍ନପତ୍ରକୁ ଅନ୍ୟ ହଲ୍ରୁ ମଧ୍ୟ ନେବାକୁ ପଡ଼ିଥିଲା। କିନ୍ତୁ ପିଲାମାନେ ଏହାକୁ ବିରୋଧ କରିଥିଲେ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking