31.1 C
Bhubaneswar
Saturday, February 7, 2026
Homeଓଡିଶାଶୂନ୍ୟକାଳରେ ଉଠିଲା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ରଙ୍ଗ ପରିବର୍ତ୍ତନ ପ୍ରଶ୍ନ

ଶୂନ୍ୟକାଳରେ ଉଠିଲା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ରଙ୍ଗ ପରିବର୍ତ୍ତନ ପ୍ରଶ୍ନ

ଭୁବନେଶ୍ୱର: କଟକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ରଙ୍ଗ ପରିବର୍ତ୍ତନ ନେଇ ଶୂନ୍ୟକାଳରେ ପ୍ରଶ୍ନ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ। ଦେବୀ ତ୍ରିପାଠୀ କହିଛନ୍ତି, ଓଡ଼ିଶା ପକ୍ଷ ପାଳନ କରି ବରପୁତ୍ରଙ୍କୁ ସମ୍ମାନ ଦେବା କଥା କହୁଛନ୍ତି ରାଜ୍ୟ ସରକାର। କିନ୍ତୁ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ରଙ୍ଗ ପରିବର୍ତ୍ତନ କରି କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ସରକାର।

ପୂର୍ବରୁ କଳିଙ୍ଗ ପୁରସ୍କାର ବନ୍ଦ ପାଇଁ ବି ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହାକୁ ନେଇ ବିଭିନ୍ନ ଆଡୁ ପ୍ରତିବାଦ ପରେ ସରକାର ଓହରିଲେ। ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଭଳି କରି ଓଡ଼ିଶାବାସୀଙ୍କ ମନରୁ ବିଜୁ ପଟ୍ଟନାୟକଙ୍କ ପ୍ରତିଛବିକୁ କେହି ମଳିନ କରି ପାରିବେନି। ରାଜ୍ୟ ସରକାର ସତ୍ୟଭାମାପୁରରେ ବଡ଼ କାର‌୍ୟ୍ୟକ୍ରମ କଲେ କିନ୍ତୁ ରଙ୍ଗ ପରିବର୍ତ୍ତନ କରି କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି। ଏଭଳି କାର‌୍ୟ୍ୟରୁ ବିଜେପି ସରକାର ନିବୃତ୍ତ କରିବାକୁ ବାଚସ୍ପତି ରୁଲିଂ ଦାବି କରିଛନ୍ତି ଦେବୀ ତ୍ରିପାଠୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking