27.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶପଏତୋଗତାର୍ନ ହେବେ ଥାଇଲ୍ୟାଣ୍ଡର ସର୍ବକନିଷ୍ଠ ମହିଳା ପ୍ରଧାନମନ୍ତ୍ରୀ

ପଏତୋଗତାର୍ନ ହେବେ ଥାଇଲ୍ୟାଣ୍ଡର ସର୍ବକନିଷ୍ଠ ମହିଳା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଥାଇଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ପଏତୋଗତାର୍ନ ଶିନାବାତ୍ରା। ଥାଇଲ୍ୟାଣ୍ଡ ସଂସଦ ଶିନାବାତ୍ରାଙ୍କ ନାଁରେ ମୋହର ମାରିବେ ପରେ ସେ ହେବ ଦେଶର ସର୍ବକନିଷ୍ଠ ମହିଳା ପ୍ରଧାନମନ୍ତ୍ରୀ । ସୂଚନା ଯୋଗ୍ୟ ପଏତୋଗତାର୍ନ ଅରବପତି ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନ୍ ଶିନାବାତ୍ରାଙ୍କ ସାନ ଝିଅ । ସେ ୧୯୮୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ଶିନାବାତ୍ରା ପରିବାରର ଚତୁର୍ଥ ସଦସ୍ୟ ଭାବେ ସେ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବେ । ତାଙ୍କ ପୂର୍ବରୁ ତାଙ୍କ ପିତା, ଖୁଡି ଓ ଦାଦା-ଶଶୁର ମଧ୍ୟ ଏହି ପଦରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ପଏତୋଗତାର୍ନ,ତାଙ୍କ ଖୁଡି ୟିଙ୍ଗଲୁକ ଶିନାବାତ୍ରାଙ୍କ ପରେ ଦ୍ଵିତୀୟ ମହିଳା ପ୍ରଧାନମନ୍ତ୍ରୀ ହେବେ । ସୂଚନା ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଥ୍ରା ଥାଭିସିନ ଜଣେ ପୂର୍ବତନ ଅପରାଧୀଙ୍କୁ କ୍ୟାବିନେଟରେ ନିଯୁକ୍ତି ଦେଇ ନୈତିକ ନିୟମ ଉଲ୍ଲଂଘନ କରିଥିଲେ। ଅଗଷ୍ଟ୧୪ ତାରିଖ ଦିନ ତାଙ୍କୁ ନୈତିକ ନିୟମ ଉଲ୍ଲଂଘନ ପାଇଁ ଥାଇଲାଣ୍ଡ ସୁପ୍ରିମକୋର୍ଟ ସଂସାଦରୁ ବହିଷ୍କାର କରିଥିଲେ। ପଏତୋଗତାର୍ନ ଫେଉ ଥାଇ ପାର୍ଟିର ମୁଖ୍ୟ ଭାବେ ୨୦୨୨ ରେ ନିର୍ବାଚିତ ହୋଇଥିଲେ ଏବଂ ଥାଇଲାଣ୍ଡ ରାଜନୀତିର ଏକ ଲୋକପ୍ରିୟ ଚେହରା ହୋଇପାରିଥିଲେ । ପଏତୋଗତାର୍ନ ରାଜନୀତି ବିଜ୍ଞାନ, ସାମାଜିକ ବିଜ୍ଞାନ ତଥା ଆନ୍ଥ୍ରୋପୋଲୋଜି ରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ସହ ହୋଟେଲ ମ୍ୟାନେଜମେଣ୍ଟ ପଢି ଏକ ବ୍ୟବସାୟୀ ଭାବେ ମଧ୍ୟ ପରିଚୟ ସୃଷ୍ଟି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking