ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ହଜାର ହଜାର ମିଶନଶକ୍ତି ମହିଳା ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ପୂର୍ବ ନବୀନ ସରକାରଙ୍କୁ ଏଥିପାଇଁ ଦାୟୀ କଲେ ବିରୋଧୀ ଦଳ ବିଧାୟିକା ସୋଫିଆ ଫିଦୌସ । ସୋଫିଆ କହିଛନ୍ତି, ଦୁଃଖ ଓ ଲଜ୍ଜାର ବିଷୟ ଯେ ମହିଳା ଆଜି ରାଜ ରାସ୍ତାରେ । ୨୪ ବର୍ଷ ଧରି ମିଶନ୍ ଶକ୍ତି ନାଁ ବ୍ୟବହାର କରି ମହିଳାଙ୍କୁ ଭୋଟବ୍ୟାଙ୍କ ଭାବେ ଲଗାଉଥିଲେ । ମୋ ନିର୍ବାଚନ ମଣ୍ଡଳୀରେ ମଧ୍ୟ ମହିଳାଙ୍କୁ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରାଯାଇଥିଲା। ଏଥିପାଇଁ ମହିଳାମାନେ ଭୁଲିଯାଇଥିଲେ ସଶକ୍ତିକରଣ କଥା । ପୂର୍ବତନ ସରକାରର ଭୁଲ ପାଇଁ ଆଜି ମହିଳାମାନଙ୍କର ଏପରି ଅବସ୍ଥା’ । ମିଶନ ଶକ୍ତି ମହିଳାଙ୍କ ଦରମା ନେଇ କଣ ପାଇଁ ଚୁକ୍ତି ରେନ୍ୟୁ କରିନଥିଲେ ବିଜେଡି ସରକାର ବୋଲି ପ୍ରଶ୍ନ କରିଛନ୍ତି ସୋଫିଆ।