26.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶୟୁକ୍ରେନ୍ ସହ ଯୁଦ୍ଧର ମୂଲ୍ୟ ଦେବାକୁ ପଡିଛି ପୁଟିନଙ୍କୁ

ୟୁକ୍ରେନ୍ ସହ ଯୁଦ୍ଧର ମୂଲ୍ୟ ଦେବାକୁ ପଡିଛି ପୁଟିନଙ୍କୁ

ନୂଆଦିଲ୍ଳୀ : ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଫେବୃଆରୀରୁ ତିନି ବର୍ଷ ପୁରା ହେବାକୁ ଯାଉଛି। ଋଷ ନୂଆ ବର୍ଷ ସହ ୟୁକ୍ରେନ୍‌ର ଏକ ଗୁରୁତ୍ବପୂର୍ଣ୍ଣ ସହର ଉପରେ କବଜା କରିନେଇଛି। ଋଷ ସେନା ପୂର୍ବ ୟୁକ୍ରେନ୍‌ରେ କୁରାଖୋଭ ସହରକୁ ଦଖଲ କରିନେଇଛି। ଋଷ ଏହାକୁ ୟୁକ୍ରେନ୍‌ ଉପରେ ବଡ଼ ବିଜୟ ବୋଲି କହିଛି। ୨୦୨୨ ରୁ ଚାଲିଥିବା ଏହି ଯୁଦ୍ଧ ରେ ଋଷ ନିଜର ଲକ୍ଷାଧିକ ସୈନିକଙ୍କ ହରାଇଛି। ୨୦୨୪ ସୁଦ୍ଧା ୪ ଲକ୍ଷରୁ ଅଧିକ ସୈନିକଙ୍କୁ ହରାଇ ସାରିଛି। ସେଭଳି ୩ ବର୍ଷ ଋଷ ସେନା ୟୁକ୍ରେନ୍‌ର ୧% ଅଞ୍ଚଳ ଉପରେ ମଧ୍ୟ କବଜା କରିପାରିନି।

ୟୁକ୍ରେନ୍‌ର ପୂର୍ବବର୍ତ୍ତୀ ଅଞ୍ଚଳ ଡୋନଷ୍ଟକର କିଛି ଅଂଶରେ ଋଷ ସେନାର ସଫଳତା ୨୦୨୪ ପର୍ଯ୍ୟନ୍ତ ୪,୧୬୮ ବର୍ଗ କିଲୋମିଟର(୧,୬୦୯ ବର୍ଗ ମାଇଲ) ଖେତ ଓ ଅଳ୍ପ ଗାଁ ପର୍ଯ୍ୟନ୍ତ ସୀମିତ ରହିଥିଲା। ଏହା ଦେଶର ୦.୬୯% ସହ ସମାନ। ଓ୍ବାଶିଂଟନ୍ ସ୍ଥିତ ଥିଙ୍କ ଟ୍ୟାଙ୍କ, ଇନଷ୍ଟିଚ୍ୟୁଟ୍ ଫ୍ର ଦ ଷ୍ଟଡି ଅଫ୍ ଓ୍ବାରର ରିପୋର୍ଟ କହୁଛି ଯେ, ଯୁଦ୍ଧରେ ଋଷ ସେନାକୁ ଖୁବ୍ କ୍ଷତି ହୋଇଛି। ଆଇଏସ୍‌ଡବ୍ଲୁ କହିଛି, ଋଷ ସେନା ୨୦୨୪ ପର୍ଯ୍ୟନ୍ତ ୪ଟି ସହର, ବଭେଦିଭକ,ସେଲିଡୋଭ, ବୁହଲଦାର ଓ କୁରାଖୋଜ ଊପ‌ରେ କବଜା କରିନେଇଛି। ଋଷ ସେନା ଅଭାନିକଭା ଉପରେ କବଜା କରିବାରେ ୪ ମାସ ଲଗାଇଛି। ସେଭଳି ସେଲିଡୋଭ ଓ କୁରାଖୋଭରେ ଦୁଇ ଦୁଇ ମାସ ପର୍ଯ୍ୟନ୍ତ ସଂଘର୍ଷ ପରେ ସଫଳତା ମିଳିଛି। ଆଇଏସ୍ଡବ୍ଲୁର ଆକଳନ ଯେ, ଏହି ହିସାବ ଦ୍ବାରା ଋଷର ଏକମାତ୍ର ଡୋନଷ୍ଟକ୍‌ ଜିଲ୍ଲାରେ ବିଜୟ ପ୍ରାପ୍ତ କରିବାକୁ ଆହୁରି ୨ ବର୍ଷ ଲାଗିଯିବ। ଋଷ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ୍ ନିଜ କମାଣ୍ଡରଙ୍କୁ ୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ କାମ ଶେଷ କରିବାକୁ ନିର୍ଦେଶ ଦେଇଥିଲେ। ୟୁକ୍ରେନ୍ କମାଣ୍ଡର ଇନ୍ ଚିଫ୍ ଅଲ୍‌ଜରିରାକୁ ଦେଇଥିବା ସୂଚନା ଅନୁସାରେ, ୨୦୨୪ ରେ ଋଷ ସେନାର ପ୍ରାୟ ୪୨୭୦୦୦ ସୈନିକ ଆହତ ହୋଇଥିଲେ କିମ୍ବା ମୃତ୍ୟୁ ହୋଇଛି। କିଛି ଦିନ ପରେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପ‌ଷ୍ଟ ସଂଖ୍ୟା ଆଗତ କରିବାର ଦାବି କରିଛି ଯେ, ୨୦୨୪ ରେ ଋଷ ୪୩୦୭୯୦ ସୈନିକଙ୍କୁ ଯୁଦ୍ଧରେ ମାରିବାରେ ସଫଳ ହୋଇଛି। ୨୦୨୪ ରେ ଋଷର ପ୍ରତିଦିନ ୧୧୮୦ ସୈନିକଙ୍କ ଜୀବନ ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking