26.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଭାରତ ଏକ ମହାନ ଦେଶ ଭାବରେ ବର୍ଣ୍ଣନା କଲେ ପୁତିନ୍‌

ଭାରତ ଏକ ମହାନ ଦେଶ ଭାବରେ ବର୍ଣ୍ଣନା କଲେ ପୁତିନ୍‌

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌, ପୁଣିଥରେ ଭାରତ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଭାରତର ନୀତିକୁ ପ୍ରଶଂସା କରିବା ଆଳରେ ପୁତିନ୍ ଭାରତକୁ ଏକ ମହାନ ଶକ୍ତି ବୋଲି କହିଛନ୍ତି। ଭାରତର ଅର୍ଥବ୍ୟବସ୍ଥା, ସଂସ୍କୃତି ଏବଂ ଭବିଷ୍ୟତରେ ସମ୍ଭାବନାକୁ ପୁତିନ୍ ଖୁବ୍ ପ୍ରଶଂସା କରିଛନ୍ତି। ପୁତିନ୍‌ଙ୍କ କହିବାନୁସାରେ ଭାରତ ଏବେ ଏକ ବିଶ୍ୱ ମହାଶକ୍ତି ରୂପେ ଉଭା ହୋଇଛି। ଭାରତ ବିଶ୍ୱର ମହାଶକ୍ତି ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଯୋଗ୍ୟ। ଅନ୍ୟ ଦେଶ ତୁଳନାରେ ଭାରତର ଦ୍ରୁତ ଗତିରେ ଅର୍ଥନୈତିକ ଅଭିବୃଦ୍ଧି ଘଟୁଛି। ଏତଦ୍‌ବ୍ୟତୀତ ପୁତିନ୍‌, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି। ପୁତିନ୍ କହିଛନ୍ତି, ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶିତା ବଳରେ ଭାରତ ଏବେ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଭାରତ ଏବେ ସବୁକ୍ଷେତ୍ରରେ ବେଶ୍ ଅଗ୍ରଣୀ ରହିଛି।

ସେହିପରି ଭାରତ-ରୁଷ୍ ସମ୍ପର୍କରେ କହିବାକୁ ଯାଇ ପୁତିନ୍ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଏକ ଐତିହାସିକ ସମ୍ପର୍କ ରହିଛି, ଯାହାକି ସବୁ କୂଟନୀତି ଠାରୁ ବହୁ ଊର୍ଦ୍ଧ୍ୱରେ। ଦୁଇଦେଶ ଐତିହାସିକ ବିଶ୍ୱାସ ଏବଂ ସହଯୋଗ ସହିତ ଯୋଡ଼ି ହୋଇ ଅଛନ୍ତି। ପ୍ରତିରକ୍ଷା ଠାରୁ ଆରମ୍ଭ କରି ଆର୍ôଥକ ବିକାଶ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜବୁତ୍ ହୋଇଛି। ଏହି ସମୟରେ ବିଶ୍ୱରେ ବଢୁଥିବା ପ୍ରଭାବର ଆଲୋଚନା କରି ଭାରତକୁ ଦୁନିଆର ଏକ ମହାଶକ୍ତି ବୋଲି ପୁତିନ୍ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପୁତିନ ସୋଭିଏତ ସଂଘ ସମୟରୁ ଭାରତ ସହିତ ରୁଷର ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରିଥିଲେ। ଭାରତର ସ୍ୱାଧୀନତା ପାଇଁ ସୋଭିଏତ୍ ସଂଘ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା ବୋଲି ସେ କହିଛନ୍ତି।

ରୁଷ୍‌ର ସୋଚି ସହରସ୍ଥିତ ଭାଲଡାଇ ଆଲୋଚନା କ୍ଲବରେ ଭାଷଣ ଦେବା ସମୟରେ ପୁତିନ୍ ଭାରତର ଅଗ୍ରଗତିକୁ ଏପ୍ରକାର ପ୍ରଶଂସା କରିଛନ୍ତି। ବିଶ୍ୱ ମଞ୍ଚରେ ଭାରତ ଅନନ୍ୟ ବୋଲି ସେ ବର୍ଣ୍ଣନା କରିଛନ୍ତି। ରୁଷ ରାଷ୍ଟ୍ରପତି। ରୁଷ୍ ଏବେ ଅନେକ କ୍ଷେତ୍ରରେ ଭାରତ ସହ ସମ୍ପର୍କକୁ ମଜବୁତ କରୁଛି। ପୁତିନ୍ କହିଛନ୍ତି, ‘ଦେଢ଼ ବିଲିଅନ ଜନସଂଖ୍ୟା, ବିଶ୍ୱର ସମସ୍ତ ଅର୍ଥନୀତି ମଧ୍ୟରେ ଦ୍ରୁତ ଅଭିବୃଦ୍ଧି (ଏହାର ଜିଡିପି ୭.୪ ପ୍ରତିଶତ ହାରରେ ବୃଦ୍ଧି ପାଉଛି), ପ୍ରାଚୀନ ସଂସ୍କୃତି ଏବଂ ପରବର୍ତ୍ତୀ ବିକାଶ ପାଇଁ ବହୁତ ଭଲ ସମ୍ଭାବନା କାରଣରୁ ଭାରତକୁ ଗ୍ଲୋବାଲ ସୁପର ପାୱାର ତାଲିକାରେ ଯୋଡାଯିବା ଉଚିତ୍‌।’ ପ୍ରକାଶ, ପୁତିନ୍ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନେକ ଥର ପ୍ରଶଂସା କରିସାରିଛନ୍ତି। କିନ୍ତୁ ଏଥର ପୁତିନ୍ ଭାରତକୁ ବିଶ୍ୱ ମହାଶକ୍ତି ଭାବେ ଅଭିହିତ କରିବା ଚୀନ୍ ପାଇଁ ଅସହଜ ହୋଇପାରେ। ଚୀନ୍ ଏବେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧକୁ ଶେଷ କରିବା ପୂର୍ବକ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚାହୁଁଥିବା ବେଳେ ଭାରତ ପାଇଁ ପୁତିନ୍‌ଙ୍କ ଏପ୍ରକାର ପ୍ରଶଂସା ଚୀନ୍‌କୁ ନିରାଶ କରିପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking