23.1 C
Bhubaneswar
Monday, December 22, 2025
Homeଦେଶ ବିଦେଶକାଜାଖସ୍ତାନ ବିମାନ ଦୁର୍ଘଟଣା ପାଇଁ କ୍ଷମା ମାଗିଲେ ପୁଟିନ

କାଜାଖସ୍ତାନ ବିମାନ ଦୁର୍ଘଟଣା ପାଇଁ କ୍ଷମା ମାଗିଲେ ପୁଟିନ

ନୂଆଦିଲ୍ଲୀ: କାଜାଖସ୍ତାନ ଭୟଙ୍କର ବିମାନ ଦୁର୍ଘଟଣା ପାଇଁ ପୁଟିନ କ୍ଷମା ପ୍ରାର୍ଥନା କରିଛନ୍ତି। ରୁଷିଆର ଆକାଶ ସୀମାରେ ଦୁର୍ଘଟଣା ଘଟିଥିବାରୁ ଆଜରବାଇଜାନ ପ୍ରତିପକ୍ଷଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି ଭ୍ଲାଦିମିର ପୁଟିନ। ରୁଷ ମିସାଇଲ ମାଡ଼ରେ ବିମାନ ଖସି ପଡ଼ିଥିବା ପ୍ରତିରକ୍ଷା ବିଶେଷଜ୍ଞ କହୁଛନ୍ତି। ଆଜି କ୍ରେମଲିନ କହିଛି, ଗ୍ରୋଜନି ନିକଟରେ ଏୟାର ଡିଫେନ୍ସ ସିଷ୍ଟମରୁ ଫାୟାର କରାଯାଇଥିଲା। ୟୁକ୍ରେନ ଡ୍ରୋନ ଷ୍ଟ୍ରାଇକ ଯୋଗୁଁ ଫାୟାର ହୋଇଥିଲା। କିନ୍ତୁ ରୁଷିଆର ଏୟାର ଡିଫେନ୍ସ ସିଷ୍ଟମ ଦ୍ବାରା ବିମାନ ଖସିଛି କି ନାହିଁ ନିର୍ଦ୍ଦିଷ୍ଟ ଭାବେ କହି ନାହିଁ କ୍ରେମଲିନ। ଗତ ବୁଧବାର ଆଜରବାଇଜାନ ରାଜଧାନୀ ବାକୁ ଏୟାରପୋର୍ଟରୁ ୬୭ ଜଣଙ୍କୁ ନେଇ ରୁଷିଆର ଗ୍ରୋଜନିକୁ ଯାତ୍ରା କରିଥିଲା ବିମାନ। କିନ୍ତୁ ଗ୍ରୋଜନିରେ ଅବତରଣ କରି ପାରିନଥିଲା। କାଜାଖସ୍ତାନରେ ଜରୁରୀ ଅବତରଣ କରିଥାନ୍ତା। ତା ପୂର୍ବରୁ ଏୟାରପୋର୍ଟ ନିକଟରେ ଖସି ପଡ଼ି ଜଳିଯିବା ସହ ଖଣ୍ଡଖଣ୍ଡ ହୋଇ ଭାଙ୍ଗି ଯାଇଥିଲା ବିମାନ। ଏହି ଭୟଙ୍କର ଦୁର୍ଘଟଣାରେ ୩୮ ଜଣ ଯାତ୍ରୀଙ୍କ ଜୀବନ ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking