29.1 C
Bhubaneswar
Friday, June 20, 2025
Homeଓଡିଶାପୁରୀ: ଆଜି ଚମ୍ପକ ଦ୍ୱାଦଶ ନୀତି

ପୁରୀ: ଆଜି ଚମ୍ପକ ଦ୍ୱାଦଶ ନୀତି

ପୁରୀ: ଶ୍ରୀମନ୍ଦିର  ଆଜି ପାଳନ  କରାଯିବ  ଚମ୍ପକ ଦ୍ୱାଦଶ ନୀତି । ପବିତ୍ର ଜ୍ୟେଷ୍ଠ  ଶୁକ୍ଳ ପକ୍ଷ ଦ୍ୱାଦଶୀ ଅବସରରେ  ଏହି ନୀତି ପାଳନ କରାଯାଏ ।  ଆଜିର ତିଥିରେ ମନ୍ଦିରରେ  ଦେବଦମ୍ପତିଙ୍କ  ଗୁଆଲି ଶୋଭାଯାତ୍ରା  ଅନଷ୍ଠିତ ହୋଇଥାଏ ।  ଗତକାଲି ବିଳମ୍ବିତ  ରାତ୍ରିରେ   ଶ୍ରୀମନ୍ଦିରରେ  ମହାପ୍ରଭୁ ଙ୍କ  ବିବାହ ଉତ୍ସବ ସମ୍ପନ୍ନ  ହୋଇଥିବା ବେଳେ ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ପାଳିତ ହେବ ଗୁଆଲି ଯାତ୍ରା  । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଅର୍ଥାତ ନବଦମ୍ପତ୍ତି ଶ୍ରୀ ମଦନମୋହନ ଓ ରୁକ୍ମଣୀ ଗୁଆଲି ଯାତ୍ରା କରିବେ ।  ଛତିଶା ନିଯୋଗ ସେବାୟତମାନଙ୍କ ପକ୍ଷରୁ ଏହି ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥାଏ । ଦେବଦମ୍ପତି ତଥା ପ୍ରଭୁ ମଦନମୋହନ ଓ ମା’ ଶ୍ରୀଦେବୀ(ରୁକ୍ମିଣୀ) ନଗର ପରିକ୍ରମା ସହିତ ପନ୍ତି ଭୋଗ ଗ୍ରହଣ କରନ୍ତି । ପରମ୍ପରା ଅନୁସାରେ ଗତକାଲି ରୁକ୍ମଣୀ ହରଣ ଏକାଦଶୀ ନୀତି ଅନୁଷ୍ଠିତ ହୋଇଥିବା ବେଳେ ବିବାହ ନୀତି କରାଯାଇଥିଲା। ଆଜି ମଙ୍ଗଳ ଆଳତି ନୀତି ପରେ ବିବାହ ଠାକୁର ଦକ୍ଷିଣୀ ଘରକୁ ବିଜେ କରିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking