ଭୁବନେଶ୍ୱର: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ପୁରୀ ଯିବାକୁ ଆଉ ଲାଗିବନି ଅଧିକ ସମୟ । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆଉ ରାସ୍ତାରେ ସନ୍ତୁଳି ହେବେନି ଶ୍ରଦ୍ଧାଳୁ । ମାତ୍ର ୪୦ ମିନିଟ୍ରେ ଶ୍ରୀକ୍ଷେତ୍ରରେ ପହଞ୍ଚିଯିବେ ଭକ୍ତ । ଭୁବନେଶ୍ୱର – ପୁରୀ ରାସ୍ତା ହେବ ୮ ଲେନ୍ । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କ ସମ୍ମତି ମିଳିଛି । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୬ ଲେନ୍ କରିବାକୁ ଥିଲା ପ୍ରସ୍ତାବ, ଆଉ ୨ ଲେନ୍ ବଢାଇବାକୁ ମଞ୍ଜୁରୀ ମିଳିଛି । ଛୋଟ ଗାଡି ପାଇଁ ୨ ଲେନ୍ର ହେବ ସର୍ଭିସ୍ ରୋଡ୍ ।










