19.1 C
Bhubaneswar
Thursday, February 12, 2026
Homeଓଡିଶାଆଡ଼ପ ବିଜେ ନୀତିକାନ୍ତି ଆରମ୍ଭ, ଶରଧାବାଲି ଲୋକାରଣ୍ୟ

ଆଡ଼ପ ବିଜେ ନୀତିକାନ୍ତି ଆରମ୍ଭ, ଶରଧାବାଲି ଲୋକାରଣ୍ୟ

ପୁରୀ: ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର‌ ସମ୍ମୁଖରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗତକାଲି ପହଞ୍ଚିବା ପରେ ଆଜି ସନ୍ଧ୍ୟାରେ ଆଡ଼ପ ମଣ୍ଡପକୁ ବିଜେ କରୁଛନ୍ତି। ଗୋଟି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ଆଡ଼ପ ମଣ୍ଡପ(ଜନ୍ମବେଦି)କୁ ବିଜେ କରୁଛନ୍ତି। ଆଜି ରଥ ଉପରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ସରିବା ପରେ ପହଣ୍ଡି ବିଜେ ଆରମ୍ଭ ହୋଇଛି। ସକାଳୁ ରଥାରୂଢ ଶ୍ରୀବିଗ୍ରହଙ୍କ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତିକାନ୍ତି ଆଗକୁ ବଢିଥିଲା। ଆଜି ସକାଳେ ତିନିରଥରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଅନୁଷ୍ଠିତ ହୋଇଥିଲା। ଏହାପରେ ମଇଲମ, ତଡ଼ପଲାଗି, ଅବକାଶ, ବେଶ ଶେଷ, ଗୋପାଳବଲ୍ଲଭ, ସକାଳଧୂପ, ମଧ୍ୟାହ୍ନଧୂପ ନୀତି କରାଯାଇଥିଲା। ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ଦୁଇ ଦିନ ହୋଇଥିଲା।

ଶନିବାର ସନ୍ଧ୍ୟା ୪ଟା ୪୫ରେ ରଥ ଟଣା ଆରମ୍ଭ ହୋଇଥିଲା। ବଳଭଦ୍ରଙ୍କ ତାଳଧ୍ବଜକୁ ଭକ୍ତମାନେ ଟାଣି ମରିଚିକୋଟ ‌ଛକ ଠା‌ରେ ପହଞ୍ଚାଇଥିଲେ। ମା’ ସୁଭଦ୍ରାଙ୍କ ରଥ ରାଜନଅର ସାମ୍ନାରେ ଲାଗିଥିଲା। କିନ୍ତୁ କାଳିଆ ଠାକୁର ସିଂହଦ୍ବାର ସାମ୍ନାରୁ ମାତ୍ର ଦୁଇ ପାଦ ଆଗକୁ ବଢ଼ିଥିଲେ। ସୂର୍ଯ୍ୟାସ୍ତ ହେବା ପରେ ରଥଟଣା କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଦୀର୍ଘ ୫୩ ବର୍ଷ ପରେ ଏଭଳି ବିରଳ ରଥଯାତ୍ରା ଅନୁଷ୍ଠିତ ହୋଇଥିବାରୁ ରଥ ଟଣା କାମ ଦ୍ବିତୀୟ ଦିନରେ ସୋମବାର ପୂର୍ବାହ୍ଣ ପ୍ରାୟ ସାଢ଼େ ୯ଟାରେ ତିନିରଥ ପୁଣି ଥରେ ଶରଧାବାଲି ଅଭିମୁଖେ ଗଡ଼ିଥିଲା ଏବଂ ନିର୍ଦ୍ଧାରିତ ସମୟରେ ପହଞ୍ଚିଥିଲା। ମହାପ୍ରଭୁଙ୍କୁ ଆଜି ଦିନତମାମ ସୁଖିଲା ଭୋଗ ଅର୍ପଣ କରାଯାଇଥିଲା। ଆଜି ରଥାରୂଢ଼ ଶ୍ରୀଜିଉମାନଙ୍କୁ ହଜାର ହଜାର ଭକ୍ତ ଦର୍ଶନ କରିଛନ୍ତି। ଶରଧାବାଲିରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking