28.1 C
Bhubaneswar
Wednesday, February 4, 2026
Homeଓଡିଶାପୁରୀ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ଘୋଷଣା

ପୁରୀ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ଘୋଷଣା

ଭୁବନେଶ୍ୱର: ପୁରୀ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ସହାୟତା ଘୋଷଣା । ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଭୀର ଶୋକ ପ୍ରକାଶ କରିବା ସହ ସିଏମଆରଏଫ୍‌ରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ, ଆଜି ସକାଳେ ବଳଗଣ୍ଡି ଛକରେ ସ୍କୁଟିରେ ଜେଜେବାପା ସହ ଯିବାବେଳେ ଦୁର୍ଘଟଣା ଘଟିଥିଲା । ବୋଲେରୋ ଧକ୍କାରେ କୁମୁଟି ସାହିର ନିରଞ୍ଜନ ଦେଙ୍କ ପୁଅ ଶ୍ରେୟାଂସ ଦେଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ଜେଜେବାପା ନୀଳକଣ୍ଠ ଦେ ଗୁରୁତର ଅବସ୍ଥାରେ ପୁରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ଦୁର୍ଘଟଣାରେ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି । ମେଡିକାଲ ଛକରେ ମୃତଦେହ ରଖି ପରିବାର ଲୋକ ଧାରଣ କରୁଛନ୍ତି । ନ୍ୟାୟ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଉତ୍ତେଜିତ ଲୋକେ । ଘଟଣାସ୍ଥଳରେ ପୁରୀ ଏସ୍‌ପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking