31.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଏୟାର ଇଣ୍ଡିଆରେ ଯାତ୍ରା ନକରିବାକୁ ଧମକ ଦେଲା ପନ୍ନୁ

ଏୟାର ଇଣ୍ଡିଆରେ ଯାତ୍ରା ନକରିବାକୁ ଧମକ ଦେଲା ପନ୍ନୁ

ୱାଶିଂଟନ୍‌: ଶିଖ ଫର ଜଷ୍ଟିସ (ଏସ୍‌ଏଫ୍‌ଜେ) ପ୍ରତିଷ୍ଠାତା ତଥା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତୱନ୍ତ ସିଂ ପନ୍ନୁ ସୋମବାର ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନକରିବାକୁ ଏକ ଧମକ ଦେଇଛି। ପନ୍ନୁ କହିଛି, ନଭେମ୍ବର ୧ ରୁ ୧୯ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିବା ସୁରକ୍ଷିତ ନୁହେଁ। କାରଣ ଏହି ସମୟରେ ଏୟାର ଇଣ୍ଡିଆର ଯେକୌଣସି ବିମାନ ଉପରେ ଆତଙ୍କୀ ହମ୍‌ଲା ହୋଇପାରେ। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଶିଖ ହତ୍ୟାକାଣ୍ଡର ୪୦ ତମ ବାର୍ଷିକୀରେ ଏୟାର ଇଣ୍ଡିଆ ବିମାନ ଉପରେ ଆକ୍ରମଣ ହୋଇପାରେ ବୋଲି ପନ୍ନୁ ଦର୍ଶାଇଛି। ପ୍ରକାଶ, ପନ୍ନୁ ଗତ ବର୍ଷ ମଧ୍ୟ ସମାନ ଧମକ ଦେଇଥିଲା।

ପନ୍ନୁର ଏପ୍ରକାର ଆକ୍ରମଣ ଧମକ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତୀୟ ବିମାନଗୁଡ଼ିକ କ୍ରମାଗତ ଭାବରେ ବୋମା ଧମକ ଗ୍ରହଣ କରୁଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି ଧମକ କେବଳ ଗୁଜବ ବୋଲି ପ୍ରମାଣିତ ହୋଇଛି। ପ୍ରକାଶ, ଜୁଲାଇ ୨୦୨୦ରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଶଦ୍ରୋହ ଏବଂ ବିଚ୍ଛିନ୍ନତାବାଦ ଅଭିଯୋଗରେ ପନ୍ନୁକୁ ଆତଙ୍କବାଦୀ ଘୋଷଣା କରିଛି। ସେ ଭାରତରେ ଏକ ପୃଥକ ଶିଖ୍ ରାଜ୍ୟକୁ ସମର୍ଥନ କରୁଥିବା ଗୋଷ୍ଠୀ ଏସ୍‌ଏଫ୍‌ଜେର ନେତୃତ୍ୱ ନେଉଛି। ସେହିପରି ଭାରତ ସରକାର ୨୦୧୯ରେ ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିବାରୁ ଏସ୍‌ଏଫଜେକୁ ଏକ ବେଆଇନ ସଂଗଠନ ଭାବେ ମଧ୍ୟ ନିଷିଦ୍ଧ କରିସାରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking